ନବୀନଙ୍କୁ ପ୍ରସଂଶା କଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର

ସର୍ବଦା ଗରିବଙ୍କ ଚିନ୍ତା କରୁଥିବା ଏବଂ ସମାଲୋଚନାରୁ ଊର୍ଦ୍ଧ୍ଵରେ ରହୁଥିବା ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର। ଇଣ୍ଡିଆ ଟୁଡେ ପତ୍ରିକାରେ ନିତୀଶ ନିଜର ଏକ ଲେଖାରେ ନବୀନଙ୍କୁ ନିତୀଶ କୁମାର ଭୂୟଶୀ ପ୍ରସଂଶା କରିଛନ୍ତି। ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ,ଅନ୍ୟ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏଭଳି ଲେଖିବା ନିଶ୍ଚିତ ଭାବରେ ନିଆରା ଘଟଣା।

Naveen Patnaik

ବାତ୍ୟା ମୁକାବିଲା ହେଉ ବା କ୍ରୀଡା ଓ ପର୍ଯ୍ୟଟନର ବିକାଶ ହେଉ, ଓଡିଶାର ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକ ପରିବର୍ତ୍ତନ ଆଣିଛନ୍ତି ବୋଲି ନିଜ ଲେଖାରେ ଉଲ୍ଲେଖ କରିଛନ୍ତି ନିତୀଶ କୁମାର । ନବୀନ ଜଣେ ଭିନ୍ନ ରାଜନୀତିଜ୍ଞ ବୋଲି ଉଲ୍ଲେଖ କରି ନୀତିଶ ଲେଖିଛନ୍ତି ଯେ ବିଜୁ ବାବୁଙ୍କ ପୁଅ ଗତ ୨୪ ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିତୀଶ ଲେଖିଛନ୍ତି ଯେ ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳିଯାଆନ୍ତି, କିନ୍ତୁ ନବୀନ ପଟ୍ଟନାୟକ ବଦଳିନାହାନ୍ତି । ରାଜ୍ୟ ପାଇଁ ତାଙ୍କର ସଂପୂର୍ଣ୍ଣ ନିଷ୍ଠା ଓ ପ୍ରତିଶୃତିବଦ୍ଧତା ରହିଛି ବୋଲି ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟଯେ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମୟରେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଇ ପ୍ରଶଂସା ସାଉଁଟି ଥିଲେ। ନିକଟରେ ଭାରତୀୟ ହକି ଦଳର ଅଲିମ୍ପିକ ବିଜୟ ପରେ ଦେଶ ବିଦେଶରୁ ପ୍ରଶଂସାର ସୁଅ ଚୁଟିଥିଲା ନବୀନଙ୍କ ପାଇଁ। ନିଜର ନିର୍ମଲା ଭାବମୂର୍ତି ତଥା ସମାଜର ସବୁ ବର୍ଗଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ଅଗଣିତ ଜନକଲ୍ୟାଣକରି ଯୋଜନା ଯୋଗୁ ଆଜି ଦଳମତ ନିର୍ବିଶେଷରେ ନବୀନ ପଟ୍ଟନାୟକ ପ୍ରଶଂସାର ପାତ୍ର ହୋଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ସେ ସର୍ବାଗ୍ରେ ରହିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଓ କାଳିଆ ଯୋଜନା ଦେଶବିଦେଶରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ । ଦଳୀୟ ରାଜନୀତିରୁ ଉପରକୁ ଉଠି ରାଜ୍ୟ ଓ ଦେଶର କଲ୍ୟାଣରେ ସର୍ବଦା ବ୍ରତୀ ହୋଇଆସିଛନ୍ତି ବିଜେଡି ସୁପ୍ରିମୋ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+