ଶିଶୁଙ୍କ ପାଇଁ ନୂଆ ଅଭିଯାନ ‘ବାତ୍ସଲ୍ୟ’
ଏଥିରେ ଅଙ୍ଗନବାଡ଼ିର ସେବା ସମୂହରେ 3 ବର୍ଷ ବୟସଙ୍କୁ ମୁଖ୍ୟତଃ ପରିପୂରକ ପୁଷ୍ଟିସାଧନ , ଟୀକାକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯିବ।
ଭୁବନେଶ୍ବର: ଜନ୍ମଠୁ ମରଣ ଯାଏ ରହିଛି ରାଜ୍ୟ ସରକାରଙ୍କ ଅନେକ ଯୋଜନା । ତେବେ ଏହି ଧାରରାରେ ସାମଲ ହୋଇଛି ନୂଆ ଅଭିଯାନ ବାତ୍ସଲ୍ୟ । ୩ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ 'ବାତ୍ସଲ୍ୟ' ଅଭିଯାନର ଶୁଭରମ୍ଭ କରିଛନ୍ତି ରାଜ୍ୟ ସରକାର ।
ତେବେ ଏଥିରେ ଅଙ୍ଗନବାଡ଼ିର ସେବା ସମୂହରେ 3 ବର୍ଷ ବୟସଙ୍କୁ ମୁଖ୍ୟତଃ ପରିପୂରକ ପୁଷ୍ଟିସାଧନ , ଟୀକାକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯିବ। ବାତ୍ସଲ୍ୟ' ଅଭିଯାନରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବା ସହିତ ଶିଶୁର ମସ୍ତିଷ୍କର ବିକାଶ ଉପରେ ସୂଚନା ଦିଆଯିବ। ଭର୍ଚୁଆଲ ମାଧ୍ୟମରେ ମଙ୍ଗଳବାର ଏହାର ଶୁଭାରମ୍ଭ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଶିଶୁର ବିକଶିତ ଓ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିକଟରୁ ପର୍ଯ୍ୟାପ୍ତ ବାତ୍ସଲ୍ୟମମତା ପାଇବା ଆବଶ୍ୟକ। ଶିଶୁର ଲାଳନପାଳନରେ ପିତାମାତା ଓ ପରିବାର ସଦସ୍ୟଙ୍କ ଯେଉଁ ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି, ତାକୁ ସଠିକ୍ ଢଙ୍ଗରେ ରୂପାନ୍ତରିତ କରିବା ଦିଗରେ 'ବାତ୍ସଲ୍ୟ' ଏକ ଅଭିନବ ସୁଦୂରପ୍ରସାରୀ ଅଭିଯାନ। ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଦ୍ୟ ଶୈଶବର ବିକାଶକୁ ତ୍ବରାନ୍ବିତ ହୋଇପାରିବ। ଫଳରେ ଶିଶୁର ସାରା ଜୀବନ ପାଇଁ ଏକ ସୁଦୃଢ଼ ମୂଳଦୁଆ ପଡ଼ିବ। ଏହି କାର୍ଯ୍ୟକ୍ରମ ସଫଳ ହେଲେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇପାରିବ।

ଏ ଅବସରରେ ଡିଜିଟାଲ୍ ମାଧ୍ୟମରେ ଶିଶୁମାନଙ୍କ ପାଇଁ କୁନି କାଲେଣ୍ଡର, ମାତୃଭାଷାଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟରେଣ୍ଟସ୍ ପ୍ଲସ୍ ମଡୁ୍ୟଲ୍, ସୁଖଦ ଲାଳନପାଳନ ସଂପର୍କିତ ଫ୍ଲିପ୍ ବୁକ୍, ପ୍ରାକ୍ଶୈଶବ ଉଦ୍ଦୀପନା ସଂପର୍କିତ ଭିଡ଼ିଓ ଚିତ୍ର ସମ୍ବଳିତ 'ବାତ୍ସଲ୍ୟ' ପ୍ୟାକେଜ୍ ଉନ୍ମୋଚନ କରିଥିଲେ ମନ୍ତ୍ରୀ । ପ୍ରତି ମାସର ୧୯ ତାରିଖରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଅଙ୍କୁର ଦିବସ ପାଳନ, ମାତୃଭାଷାଭିତ୍ତିକ ପ୍ରାକ୍ଶିକ୍ଷା କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିବାବେଳେ 'ବାତ୍ସଲ୍ୟ' ଅଭିଯାନ ଦୀର୍ଘସ୍ଥାୟୀ ଏବଂ ଫଳପ୍ରଦ ହେବ ବୋଲି ଆଶା ରଖାଯାଇଛି ।












Click it and Unblock the Notifications