ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ
ମାଲକାନାଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ ।
ଭୁବନେଶ୍ୱର : ମାଲକାନାଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ । ପୂର୍ବାହ୍ନ 11.30ରେ ସେ ଫୋନ୍ ଯୋଗେ ସ୍ୱାଭିମାନ ଅଞ୍ଚଳବାସୀଙ୍କ କଥା ହେବେ ବୋଲି ସୂଚନା ମିଳିଛି । ଏଥିସହିତ 9ଟି ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଲେଖାଏଁ 4ଜି ମୋବାଇଲ୍ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
2018 ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ବାଲିମେଳା ଜଳଭଣ୍ଡାର ଆରପଟେ ଥିବା ଯୋଡମ୍ବା, ପେପର ମେଟଲା, ବଡ଼ପଡ଼ା, ଆଣ୍ଡ୍ର ପଲ୍ଲୀ, ପଣସପଟୁ, ରାଲେଗଡ଼ା, ଗଜଲମାମୁଡ଼ି, ଧୂଳିପୁଟ ଓ ଯନ୍ତ୍ରୀ ପଞ୍ଚାୟତବାସିନ୍ଦାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗୁଡିକର କେତେ ସଫଳ ରୂପାୟନ ହୋଇ ପାରିଛି ସେନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ କଥା ହେବେ ବୋଲି ଜଣାପଡିଛି । ଏଥିସହିତ ମାଲକାନାଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଭାରତୀୟ ଏୟାରଟେଲ୍ ପକ୍ଷରୁ 4ଜି ଟାଓ୍ୱାର ପ୍ରତିଷ୍ଠା କରାଯାଇଛି । ପ୍ରତ୍ୟେକ ପରିବାର ମୋବାଇଲ୍ ପାଇବା ଦ୍ୱାରା ସେମାନଙ୍କ ପିଲାମାନେ ଅନଲାଇନରେ ପାଠ ପଢିବାରେ ସୁବିଧା ହେବା ସହ ସରକାରଙ୍କ ସେବା ବିଷୟରେ ସେମାନେ ଅବଗତ ହୋଇ ପାରିବେ ବେଲି କୁହାଯାଉଛି ।












Click it and Unblock the Notifications