Get Updates
Get notified of breaking news, exclusive insights, and must-see stories!

ଜାତୀୟ ପ୍ରେସ ଦିବସ: ମହାମାରୀ ସମୟରେ ଗଣମାଧ୍ୟମ-ଏକ ନୂତନ ଆହ୍ଵାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ବର: କୋଭିଡ୍-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ ରହିଥିଲା । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସରେ ""ମହାମାରୀ ମସୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ'' ବିଷୟବସ୍ତୁ ଉପରେ ଆଲୋଚନାରେ ବହୁ ବିଶିଷ୍ଟ ଅତିଥିମାନେ ଅଂଶଗ୍ରହଣ କରି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ସଭା ପ୍ରାରମ୍ଭରେ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରସାରିତ ହୋଇଥିଲା। ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଥିଲେ।

Media in pandemic national press day

ସାରା ପୃଥିବୀ ଏହି ଅଭାବନୀୟ କୋଭିଡ୍ ମହାମାରୀକୁ ସାମ୍ନା କରୁଥିବାବେଳେ ନିର୍ଭରଯୋଗ୍ୟ ଓ ବିଶ୍ୱସନୀୟ ସମ୍ବାଦ ପରିବେଷଣ କ୍ରମେ ସମୃଦ୍ଧ ସମାଜ ଗଠନରେ ସାମ୍ବାଦିକମାନଙ୍କ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ। ଉଭୟ ମଞ୍ଚ ଏବଂ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ତାଙ୍କ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ପ୍ରେସ୍ ହେଉଛି ଲୋକତନ୍ତ୍ରର ମୂଳଦୁଆ । ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ଧରି ମୁଦ୍ରିତ ଗଣମାଧ୍ୟମ, ବୈଦୁ୍ୟତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଅତି କଠିନ ସମୟରେ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ଖବର ପରିବେଷଣ ପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।

ଗଣମାଧ୍ୟମର ଆବଶ୍ୟକତା ପୂରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ନିୟମିତ ସମ୍ବାଦ ପ୍ରେରଣ ସହିତ ଟ୍ୱିଟର, ଫେସ୍ବୁକ୍ ଓୟୁଟୁ୍ୟବ୍ ବ୍ୟବହାର କରାଯାଇ ସୂଚନା ପ୍ରଦାନ କରାଯାଉଛି । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବିଷୟକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରଶଂସା କରିଥିଲେ।

ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ନିଜର ବକ୍ତବ୍ୟରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବା ବେଳେ ରାଜ୍ୟରେ ୮୧୨୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି ଓ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଅନ୍ତର୍ଭୁକ୍ତ କରାଯାଇଛି । କରୋନା ସମୟରେ ପ୍ରାଣବଳି ଦେଇଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥ ପ୍ରଦାନ କରାଯାଇଛି। କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମାକୁ ନିୟମିତ ନବୀକରଣ କାର୍ଯ୍ୟ ହେଉ ବା ସାମ୍ବାଦିକ କଲ୍ୟାଣ ପାଣ୍ଠି ଜରିଆରେ ଆଥିର୍କ ସହାୟତା ପ୍ରଦାନ ହେଉ ରାଜ୍ୟ ସରକାର ଏସବୁ ପାଇଁ ସର୍ବଦା ଯତ୍ନଶୀଳ ଅଛନ୍ତି ।

"ଉତ୍କଳ ପ୍ରସଙ୍ଗ' ଓ "ଓଡ଼ିଶା ରିଭୁ୍ୟ'ର ସମ୍ପାଦକ ଡ. ଲେନିନ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ୍ ମହାମାରୀର ଆହ୍ୱାନକୁ ସାମ୍ନା କରି ଅତି ସ୍ପର୍ଶକାତର ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣି ପାରିଥିଲେ । ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ମୁଖ୍ୟବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଦେବୀଲାଲ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମର ପ୍ରାସଙ୍ଗିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ତା'ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣି ଗଠନମୂଳକ ସମ୍ବାଦ ପରିବେଷଣ ପ୍ରତି ଦୃଷ୍ଟି ଦେଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ କୋଭିଡ୍ ମହାମାରୀ ସମୟରେ ସମ୍ବାଦ ପରିବେଷଣ ଏକ ଆହ୍ୱାନ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+