ରାଜ୍ୟ ସରକାର ଏବଂ ସୁସ୍ମିତା ବାଗଚୀ ମଧ୍ୟରେ କ୍ୟାନସର୍ ହସ୍ପିଟାଲ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର
ରାଜ୍ୟ ସରକାର ଏବଂ ଶ୍ରୀଶଙ୍କର କ୍ୟାନସର ଇନ୍ଷ୍ଟିଚ୍ୟୁଟ୍ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ସୁସ୍ମିତା ବାଗଚୀ ମଧ୍ୟରେ ଭୁବନେଶ୍ୱରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ ।
ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ଶ୍ରୀଶଙ୍କର କ୍ୟାନସର ଇନ୍ଷ୍ଟିଚ୍ୟୁଟ୍ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ସୁସ୍ମିତା ବାଗଚୀ ମଧ୍ୟରେ ଭୁବନେଶ୍ୱରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ବାଗ୍ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ୨୦୨୪ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ । ପରେ ଏହା ୫ଶହ ଶଯ୍ୟାକୁ ସମ୍ପ୍ରସାରିତ ହେବ ।
ଏହି କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ସହାୟତା କରିବେ । ପ୍ରଥମ କରି ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଏହି ଅନୁଷ୍ଠାନ ପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଦେବେ । ଏ ଦୁଇ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପାଇଁ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ମୋଟ ୩ଶହ ୪୦ କୋଟି ଟଙ୍କା ଅନୁଦାନ ଦେବେ ।












Click it and Unblock the Notifications