ବାଉଁଶ ତିଆରି ହସ୍ତଶିଳ୍ପ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ବର: ରାଜ୍ୟରେ ବାଉଁଶ ହସ୍ତଶିଳ୍ପର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କଳାଭୂମିଠାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଓଡ଼ିଶା ପିସିସିଏଫ୍ ଓ ବନବାହିନୀ ମୁଖ୍ୟ ଶିଶିର କୁମାର ରଥୋ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ବାଉଁଶ ତିଆରି ହସ୍ତଶିଳ୍ପ

ଆମ ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟା ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପକୁ ଆଧାର କରି କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି "ବାଉଁଶ' ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ ଅଟୋ ଏହି ସାମଗ୍ରୀଗୁଡ଼ିକ ପ୍ରାୟ ପ୍ରତି ଜିଲ୍ଲାରେ ଉତ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ କେତେକ ମୁଖ୍ୟ ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରିା ରାଜ୍ୟରେ ଏହି ହସ୍ତଶିଳ୍ପର କାରିଗରଙ୍କ ସଂଖ୍ୟା ପ୍ରାୟ ୨୨ ହଜାର ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ୭୨୧.୩୦ ଲକ୍ଷ ଟଙ୍କାର ଆଥିର୍କ ସହଯୋଗରେ ଯେଉଁ ବାଉଁଶ ହସ୍ତଶିଳ୍ପ ପୁଞ୍ଜଗୁଡ଼ିକର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ସେଗୁଡ଼ିକ ହେଉଛି ମୟୂରଭଞ୍ଜ ଜିଲ୍ଲାର ଇଚିଣ୍ଡା(ରାଇରଙ୍ଗପୁର), ଯାଜପୁର ଜିଲ୍ଲାର ଗୋପାଳପୁର (ରସୁଲପୁର), ଢେଙ୍କାନାଳ ଜିଲ୍ଲାର ବଉଳପୁର (ଓଡ଼ାପଡ଼ା), ବରଗଡ଼ ଜିଲ୍ଲାର ବରଗାଁ/କଣ୍ଟାପଲ୍ଲୀ, ବରଗଡ଼ ଜିଲ୍ଲାର ବ୍ରାହ୍ମଣଡ଼ିହୀ(ପଦ୍ମପୁର) ଓ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ।

ଏହି କାର୍ଯ୍ୟକ୍ରମଗୁଡ଼ିକ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏହାର ଜିଲ୍ଲାସ୍ତରୀୟ ସହ ନିର୍ଦ୍ଦେଶକ (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସଫଳ ରୂପାୟନ କରାଯିବା ଏହି ପ୍ରକଳ୍ପ ଅଧୀନସ୍ଥ ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା ଉପରୋକ୍ତ ବାଉଁଶ ହସ୍ତଶିଳ୍ପ ପୁଞ୍ଜରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ, ଆଧୁନିକ ଯନ୍ତ୍ରପାତି ଦ୍ୱାରା କଞ୍ଚା ବାଉଁଶର ପ୍ରକ୍ରିୟାକରଣ ଓ କାରିଗରମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧିା ଏତଦ୍ବ୍ୟତୀତ ବଜାର ସହାୟତା ପାଇଁ ଗ୍ରାମାଞ୍ଚଳରେ ହାଟ ଓ ବାଉଁଶ ବଜାର ପ୍ରତିଷ୍ଠା ତଥା ଇ-ବାଣିଜ୍ୟର ଉପଯୋଗା ବଜାର ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ସିଡାକ୍ଠାରେ ଏକ ବଜାର ସହାୟତା ତଥା ନମୁନା ବିକାଶ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+