Get Updates
Get notified of breaking news, exclusive insights, and must-see stories!

‘ମୋ ସ୍କୁଲ’ ପ୍ରକଳ୍ପ ପାଇଁ 95 କୋଟି ଟଙ୍କାର ଅନୁମୋଦନ

‘ମୋ ସ୍କୁଲ’ ଅଭିଯାନର 26 ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡିଶାର 23 ଟି ଜିଲ୍ଲାର ମୋ ସ୍କୁଲ ପ୍ରକଳ୍ପ ପାଇଁ ମୋଟ 95 କୋଟି ଟଙ୍କା ଅନୁମୋଦନ ମିଳିଛି ।

ଭୁବନେଶ୍ୱର: 'ମୋ ସ୍କୁଲ' ଅଭିଯାନର 26 ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର 23 ଟି ଜିଲ୍ଲାର ମୋ ସ୍କୁଲ ପ୍ରକଳ୍ପ ପାଇଁ ମୋଟ 95 କୋଟି ଟଙ୍କା ଅନୁମୋଦନ ମିଳିଛି ।

Mo School

ଗତ ଏକ ମାସ ମଧ୍ୟରେ ମୋ ସ୍କୁଲ ଅଭିଯାନରେ 23 ହଜାରରୁ ଅଧିକ ପୂରାତନ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ତେବେ ଆଲୁମିନି ସଦସ୍ୟଙ୍କଠାରୁ ରାଜ୍ୟରେ ବିଦ୍ୟାଳୟର ବିକାଶ ପାଇଁ 11 କୋଟି 56 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି । ବାଲେଶ୍ବରରୁ ସର୍ବାଧିକ 1.75 କୋଟି, କଟକରୁ 35.74 ଲକ୍ଷ, ବରଗଡରୁ 21.45 ଲକ୍ଷ, ଯାଜପୁରରୁ 17.16 ଲକ୍ଷ ଏବଂ ଢେଙ୍କାନାଳରୁ 16.77 ଲକ୍ଷ ଯୋଗଦାନ ମିଳିଛି ।

ଏଥିସହ ରାଜ୍ୟରେ ସରକାରୀ ବିଦ୍ୟାଳୟର ବିକାଶ ପାଇଁ ବିଭିନ୍ନ ସିଏସଆର ପାଣ୍ଠିରୁ ମୋ ସ୍କୁଲ ଅଭିଆନକୁ 20 କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟନିର୍ବାହୀ ପରିଷଦ ଏହି ପାଣ୍ଠି ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ମେଳ ଖାଉଥିବା ଅନୁଦାନକୁ ଦ୍ୱିଗୁଣିତ କରିବା ସହିତ ମୋଟ 94.70 କୋଟି ପ୍ରକଳ୍ପ ଅନୁମୋଦନ କରିଛି। ବାଲେଶ୍ୱର କ୍ରମାଗତ ସପ୍ତମ ଥର ପାଇଁ ସର୍ବାଧିକ ପରିମାଣର ଆଲୁମିନି ଅର୍ଥ ପ୍ରଦାନ କରି ରେକର୍ଡ କରିଛି। ଏହି ଜିଲ୍ଲାକୁ 'ମୋ ସ୍କୁଲ ଅଭିଆନ୍' ପାଇଁ ବିପୁଳ ସମର୍ଥନ ମିଳିଥିବାବେଳେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଧୀନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଆଜି ପର୍ଯ୍ୟନ୍ତ ମୋ ସ୍କୁଲ ଅଭିଆନ୍ ସହିତ 5.48 ଲକ୍ଷ ଆଲୁମିନି ଜଡିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାର 35,000 ରୁ ଅଧିକ ବିଦ୍ୟାଳୟ ଏହି ଅଭିଯାନରେ ଯୋଗ ଦେଇଛନ୍ତି। ମୋ ସ୍କୁଲ ଅଭିଯାନରେ ଯୋଗ ଦେଇଥିବା ପ୍ରତ୍ୟେକ ଆଲୁମିନି ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅଭିନନ୍ଦନ ବାର୍ତ୍ତା ପଠାଯାଇଛି।

ମୋ ସ୍କୁଲ ଅଭିଯାନ ଅଧୀନରେ ଥିବା '5T ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ' ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ସମୃଦ୍ଧତା ଉପରେ ଧ୍ୟାନ ଦେଇଛି। ଏହି ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର 'ଏକାଡେମିକ୍ କମିଟି' ଗଠନ କରାଯାଇଛି, ଯେଉଁଥିରେ "ମୋ ସ୍କୁଲ" ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟଗୁଡ଼ିକର ଏକାଡେମିକ୍ ସମୃଦ୍ଧତାକୁ ନେଇ କମିଟି ରଣନୀତି ସୁପାରିଶ କରିବ।

ଅନ୍ୟାନ୍ୟ ସରକାରୀ ବିଦ୍ୟାଳୟଗୁଡ଼ିକ ସହିତ '5T- ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ୍' ନାମରେ ନାମିତ ବିଦ୍ୟାଳୟଗୁଡ଼ିକରେ ଧ୍ୟାନ ଦିଆଯିବ । 5T- ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ ଅଧୀନରେ 1000 ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଗଣିତରେ ସଶକ୍ତ କରିବା ପାଇଁ ଆଇବିଏମ୍ ଷ୍ଟେମ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ '5T ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ୍' ଅଧୀନରେ ଶିକ୍ଷକମାନଙ୍କର ଦକ୍ଷତା ବିକାଶ ପାଇଁ ଜୁଲାଇ 27 ରୁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଯୋଜନା କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+