କଲେଜ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଲକ୍ଷ୍ୟ ନେଇ ଲୋକାର୍ପଣ ହେଲା ‘ମୋ କଲେଜ’ ପୋର୍ଟାଲ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ କଲେଜ’ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନ ପ୍ରେକ୍ଷାଳୟ ପରିସରରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ମୋ କଲେଜ' ପୋର୍ଟାଲର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନ ପ୍ରେକ୍ଷାଳୟ ପରିସରରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭିସି ଯୋଗେ ଦେଇ ପୋର୍ଟାଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ରାଜ୍ୟର ବିଭିନ୍ନ କଲେଜଗୁଡ଼ିକରେ ମଧ୍ୟ ଏଥି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ରାଜ୍ୟର ୭୫୫ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାର ସିଧା ପ୍ରସାରଣ ହୋଇଛି । ଏଥିରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।












Click it and Unblock the Notifications