Get Updates
Get notified of breaking news, exclusive insights, and must-see stories!

ଏଣିକି 20 ନୁହେଁ 15ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ହେବ ମିଶ୍ରଣ

ସିଡୁଲ ଏରିଆରେ ୨୦ ନୁହେଁ ଏଣିକି ୧୫ରୁ କମ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର: ବିଧାନସଭାରେ ତେଜିଛି ସ୍କଲ ଖୋଲିବା ପ୍ରସଙ୍ଗ ତାତି । ବିରୋଧିଙ୍କ ହୋ-ହାଲ୍ଲା ପରେ ବାରମ୍ବାର ବୈଠକ ପରେ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତି । ସିଡୁଲ ଏରିଆରେ ୨୦ ନୁହେଁ ଏଣିକି ୧୫ରୁ କମ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଛି। ସିଡୁଲ ଏରିଆରେ ଏଭଳି ପାଖାପାଖି ୩୦୦୦ ସ୍କୁଲ ଥାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ

ସେ ଆହୁରି କହିଛନ୍ତି, ଉଦ୍ଦେଶ୍ୟମୂଳକ ବା ବେଆଇନ ଭାବେ ସରକାର କିଛି କରିନାହାନ୍ତି । ଅନୁସୂଚୀତ ଅଞ୍ଚଳରେ ୨୫ ଓ ଅଣଅନୁସୂଚୀତ ଅଞ୍ଚଳରେ ୪୦ ପିଲା ରହିବା କଥା । ପିଲାସଂଖ୍ୟା ଏଥିରୁ କମ୍ ହେଲେ ସ୍କୁଲ ବନ୍ଦ କରାଯାଇ ପାରିବ । ଛୋଟ ଛୋଟ ସ୍କୁଲର ଏକତ୍ରୀକରଣ ହେଲେ ଶିକ୍ଷାର ମାନ ବଢ଼ିବ । ରାଜ୍ୟର ୭୭୭୨ ସ୍କୁଲ ବନ୍ଦ ପାଇଁ ସରକାର ଯୋଜନା କରିଛନ୍ତି ।ଏହି ସ୍କୁଲର ପିଲାଙ୍କ ଯାତାୟାତ ପାଇଁ ୩୦୦ କୋଟି ଟଙ୍କା ବରାଦ ହୋଇଛି । ରାଜ୍ୟର ୬୦୪୮ ସ୍କୁଲରେ ୨୦ରୁ କମ୍‌ ପିଲା ପଢୁଛନ୍ତି । ୧୭୨୪ଟି ସ୍କୁଲରେ ୨୫ରୁ କମ୍‌ ପିଲା ପଢୁଥିବାରୁ ଏକତ୍ରୀକରଣ ହେଉଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଛୋଟ ଛୋଟ ବିଦ୍ୟାଳୟଗୁଡିକର ଏକତ୍ରୀକରଣ କରି ବଡ ବିଦ୍ୟାଳୟ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି । ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦେଶ୍ୟ ଅଛି । ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନର ଅଛି ଲକ୍ଷ୍ୟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+