ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍‌-୨୦୨୨’

ନଭେମ୍ବର ୩୦ରୁ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ । ଓଡ଼ିଶାରେ ନଭେମ୍ବର ୩୦ରୁ ଡିସେମ୍ବର ୪ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରାଯିବ । ଏନେଇ ଦୁବାଇ ଇନଭେଷ୍ଟର୍ସ ମିଟରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ନଭେମ୍ବର ୩୦ରୁ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ । ଓଡ଼ିଶାରେ ନଭେମ୍ବର ୩୦ରୁ ଡିସେମ୍ବର ୪ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରାଯିବ । ଏନେଇ ଦୁବାଇ ଇନଭେଷ୍ଟର୍ସ ମିଟରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି ।

Make in Odisha Conclave

କରୋନା ମହାମାରୀ ଯୋଗୁ ଓଡ଼ିଶା ସରକାରଙ୍କ ଏହି ବିଶ୍ୱସ୍ତରୀୟ ପୁଞ୍ଜିନିବେଶକ ସମ୍ମିଳନୀ 'ମେକ ଇନ୍ ଓଡ଼ିଶା' ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା । ତେବେ ଆଜି ଦୁବାଇଠାରେ ଆୟୋଜିତ ହୋଇଥିବା ଇନଭେଷ୍ଟର୍ସ ମିଟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ୍-୨୦୨୨ ଅନୁଷ୍ଠିତ ହେବ ।

ଓଡ଼ିଶାରେ ବ୍ୟବସାୟର ସୁଯୋଗ ନେବାକୁ ଆହ୍ୱାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ୍ , କେମିକାଲସ ଓ ପେଟ୍ରୋକେମିକାଲସ୍ , ଟେକ୍ସଟାଇଲ୍ ଓ ଆପେରାଲ ସମେତ ଟେକ୍ନିକାଲ ଟେକ୍ସଟାଇଲ, ସି' ଫୁଡ୍ ସମେତ ଫୁଡ୍ ପ୍ରୋସେସିଂ, ଲଜିଷ୍ଟିକ୍ ଓ କ୍ଲିନ୍ ଏନର୍ଜି ଆଦି କ୍ଷେତ୍ରକୁ ଆସନ୍ତା ମେକ୍ ଇନ୍ କନକ୍ଲେଭରେ ଗୁରୁତ୍ୱ ଦିଆଯିବ ।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୮ ମସିହାରୁ 'ମେକ୍ ଇନ୍ ଓଡ଼ିଶା' କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ତେବେ କରୋନା ମହାମାରୀ ଯୋଗୁ ଏହା ୨୦୨୦ ଓ ୨୦୨୧ ମସିହାରେ ଆୟୋଜିତ ହୋଇପାରିନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+