ୱେଲମାର୍କରେ ପରିଣତ ହୋଇଛି ଲଘୁଚାପ, ୧୨ଘଣ୍ଟାରେ ନେବ ଅବପାତ ରୂପ
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୫ ତାରିଖରୁ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ହେବ ବୋଲି ଆକଳନ କରିଛନ୍ତି ଆଇଏମଡି । ସେପ୍ଟେମ୍ବର ୨୬ ତାରିଖ ଦିନ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟ ବର୍ଷା ଆକଳନ କରାଯାଉଥିବା ବେଳେ ସ୍ଥାନେସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି ।

ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ଅଧିକ ଘନୀଭୂତ ହେବ
ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ଅଧିକ ଘନୀଭୂତ ହେବ । ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳର କଳିଙ୍ଗପଟ୍ଟନମ୍ ପାଖରେ ଅତିକ୍ରମ କରିବ । ଏହାର ପ୍ରଭାବରେ ୨୬ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କିଲୋମିଟର ରହିବ । ସ୍ଥଳ ବିଶେଷରେ ପବନର ବେଗ ବଢ଼ି ୯୦ କିଲୋମିଟର ଛୁଇଁପାରେ ।
ଏହାର ପ୍ରଭାବରେ ଆଜି ରାତିରୁ ଓଡ଼ିଶାରେ ବର୍ଷା ହେବ । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାକୁ ଜରି ହୋଇଛି ୟେଲୋ ୱାର୍ଣ୍ଣିଂ । ସମ୍ଭାବ୍ୟ ବାତ୍ୟା କାଲି ସ୍ଥଳଭାଗ ଛୁଇଁଲା ବେଳେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି ।
ଆସନ୍ତାକାଲି ପାଇଁ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ପ୍ରଭବାରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଆଜିଠାରୁ ୨୭ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ସେପଟେ ଭିଏତନାମ ଉପକୂଳରେ ଗୁରୁବାର ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ଡିଆଁମୁ ସେପ୍ଟେମ୍ବର ୨୬ ତାରିଖ ଦିନ ସାଇକ୍ଲୋନିକ ସର୍କୁଲେସନ ଭାବେ ଉତ୍ତର-ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପହଞ୍ଚିବ ବୋଲି ସ୍କାଏମେଟ୍ ୱେଦର ଆକଳନ କରିଛନ୍ତି। ଯାହା ଏକ ଲଘୁଚାପରେ ପରିଣତ ହେବା ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ପାଗକୁ ପ୍ରଭାବିତ କରିପାରେ। ଏହାର ପ୍ରଭାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଦିଲ୍ଲୀ ଓ ରାଜସ୍ଥାନରେ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗକୁ ପ୍ରଭାବିତ କରିବ ।












Click it and Unblock the Notifications