ରାଜ୍ୟ ସରକାରଙ୍କ ଘୋଷଣା : ଜଗସିଂହପୁର ଜିଲ୍ଲା ହେଲା 'ବାଣୀକ୍ଷେତ୍ର', ସଂସ୍କୃତି ଭବନର ମଧ୍ୟ ନାଁ ବଦଳିଲା

ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ଆଦିକବି ସାରଳା ଦାସ ଙ୍କ ଜିଲ୍ଲା ଜଗସିଂହପୁର ଏବେ 'ବାଣୀକ୍ଷେତ୍ର' ନାଁରେ ପରିଚିତ ହେବ

ଜଗସିଂହପୁର । ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ଆଦିକବି ସାରଳା ଦାସ ଙ୍କ ଜିଲ୍ଲା ଜଗସିଂହପୁର ଏବେ 'ବାଣୀକ୍ଷେତ୍ର' ନାଁରେ ପରିଚିତ ହେବ । ଏନେଇ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ରାଜ୍ୟ 'ବାଣୀକ୍ଷେତ୍ର' ଭାବେ ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ଏହାକୁ ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ପୂର୍ବରୁ ମୌଖିକ ଭାବେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଏହି ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ସମ୍ବୋଧିତ କରାଯାଉଥିଲା ।

ଜଗସିଂହପୁର

ସେହିପରି ଜଗତସିଂହପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନର ନବକଳେବର କରାଯାଇଛି । ଏହାକୁ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ନାମିତ କରାଯାଇଛି । ଏନେଇ ମଧ୍ୟ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ । ଏହାକୁ ସରକାର ଗ୍ରହଣ କରିଛନ୍ତି । ଏହି ନାମ ପରିବର୍ତ୍ତ ରାଜ୍ୟରେ ପ୍ରଥମ ଉଦାହରଣ ବୋଲି କୁହାଯାଉଛି । ଖୁବ୍‌ ଏହି ନୂତନ ନାମକରଣ ଲୋକର୍ପିତ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+