କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା : ସବୁ ବିଭାଗକୁ ଚିଠି ଲେଖିଲା ଅର୍ଥ ବିଭାଗ

ଷ୍ଟାବ୍ଲିସମେଣ୍ଟ ବ୍ୟୟରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର : କରୋନା ମହାମାରୀକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ ଗତ ଜୁଲାଇ 7ରୁ କଟକଣା ଲଗାଇଥିଲେ । ମହାମାରୀ ପାଇଁ ଅର୍ଥନୀତି ଉପରେ କୁପ୍ରଭାବ ପଡିଥିବାରୁ ଏହି କଟକଣା ଲଗାଇଥିଲେ ରାଜ୍ୟ ସରକାର । ଏବେ ସ୍ଥିତିରେ ସୁଧାର ଆସିବା ପରେ ସରକାର ଏହି କଟକଣାକୁ କୋହଳ କରିଛନ୍ତି । ଏଷ୍ଟାବ୍ଲିସମେଣ୍ଟ ବ୍ୟୟରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ ।

କଟକଣାରେ କ'ଣ ହେଲା କୋହଳ ?

ରାଜ୍ୟ ସଚିବାଳୟ

ପୂର୍ବରୁ କେବଳ ମେଡିକାଲ ସାମଗ୍ରୀ କିଣିବାକୁ ଅନୁମତି ରହିଥିଲା । ଏବେ ଅର୍ଥ ବିଭାଗର ବିନା ଅନୁମତିରେ ଡିଜିଟାଲ୍ କମ୍ୟୁନିକେସନ ପାଇଁ ଆବଶ୍ୟକ ସରଞ୍ଜାମ ବିଭାଗମାନେ କିଣି ପାରିବେ । ରାଜ୍ୟ ସରକାରଙ୍କ ବିଭାଗ ଗୁଡିକ ବାର୍ଷିକ 60 ପ୍ରତିଶତ ବଦଳରେ 75 ପ୍ରତିଶତ ଖର୍ଚ୍ଚ କରିପାରିବେ । ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବାର୍ଷିକ ବଜେଟର 60ରୁ 75 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଆହୁରି ମଧ୍ୟ ବିଭାଗ ଗୁଡିକ ଚାହିଁଲେ ଚାଲୁ ରହିଥିବା ଯୋଜନା ପାଇଁ ନୂଆ ଟେଣ୍ଡର ଆହ୍ୱାନ କରିପାରିବେ । ସରକାର କର୍ମଚାରୀମାନଙ୍କ ପାଇଁ ଜାରି ଜାରି କରିଥିବା କଟକଣାକୁ କୋହଳ କରିଛନ୍ତି । ଏଣିକି ଗୃହ ନିର୍ମାଣ, ଗାଡ଼ି ଓ କମ୍ପୁଟର କିଣା ପାଇଁ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇପାରିବେ ସରକାରୀ କର୍ମଚାରୀ । କରୋନା ମହାମାରୀର ପ୍ରଭାବ ବିଗତ ଦିନମାନଙ୍କରେ ରାଜ୍ଯରେ କମୁଥିବା ଦେଖିବାକୁ ମିଳିଛି । ଉନ୍ନୟନମୁଳକ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ ଏହି କଟକଣାକୁ କୋହଳ କରାଯାଇଥିବା ଅର୍ଥ ବିଭାଗ ଚିଠିରେ ଦର୍ଶାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+