For Quick Alerts
Turn On Notification  
For Daily Alerts
Oneindia App Download

କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା : ସବୁ ବିଭାଗକୁ ଚିଠି ଲେଖିଲା ଅର୍ଥ ବିଭାଗ

ଷ୍ଟାବ୍ଲିସମେଣ୍ଟ ବ୍ୟୟରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର ।

|

ଭୁବନେଶ୍ୱର : କରୋନା ମହାମାରୀକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ ଗତ ଜୁଲାଇ 7ରୁ କଟକଣା ଲଗାଇଥିଲେ । ମହାମାରୀ ପାଇଁ ଅର୍ଥନୀତି ଉପରେ କୁପ୍ରଭାବ ପଡିଥିବାରୁ ଏହି କଟକଣା ଲଗାଇଥିଲେ ରାଜ୍ୟ ସରକାର । ଏବେ ସ୍ଥିତିରେ ସୁଧାର ଆସିବା ପରେ ସରକାର ଏହି କଟକଣାକୁ କୋହଳ କରିଛନ୍ତି । ଏଷ୍ଟାବ୍ଲିସମେଣ୍ଟ ବ୍ୟୟରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ ।

କଟକଣାରେ କ'ଣ ହେଲା କୋହଳ ?

ରାଜ୍ୟ ସଚିବାଳୟ

ପୂର୍ବରୁ କେବଳ ମେଡିକାଲ ସାମଗ୍ରୀ କିଣିବାକୁ ଅନୁମତି ରହିଥିଲା । ଏବେ ଅର୍ଥ ବିଭାଗର ବିନା ଅନୁମତିରେ ଡିଜିଟାଲ୍ କମ୍ୟୁନିକେସନ ପାଇଁ ଆବଶ୍ୟକ ସରଞ୍ଜାମ ବିଭାଗମାନେ କିଣି ପାରିବେ । ରାଜ୍ୟ ସରକାରଙ୍କ ବିଭାଗ ଗୁଡିକ ବାର୍ଷିକ 60 ପ୍ରତିଶତ ବଦଳରେ 75 ପ୍ରତିଶତ ଖର୍ଚ୍ଚ କରିପାରିବେ । ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବାର୍ଷିକ ବଜେଟର 60ରୁ 75 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଆହୁରି ମଧ୍ୟ ବିଭାଗ ଗୁଡିକ ଚାହିଁଲେ ଚାଲୁ ରହିଥିବା ଯୋଜନା ପାଇଁ ନୂଆ ଟେଣ୍ଡର ଆହ୍ୱାନ କରିପାରିବେ । ସରକାର କର୍ମଚାରୀମାନଙ୍କ ପାଇଁ ଜାରି ଜାରି କରିଥିବା କଟକଣାକୁ କୋହଳ କରିଛନ୍ତି । ଏଣିକି ଗୃହ ନିର୍ମାଣ, ଗାଡ଼ି ଓ କମ୍ପୁଟର କିଣା ପାଇଁ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇପାରିବେ ସରକାରୀ କର୍ମଚାରୀ । କରୋନା ମହାମାରୀର ପ୍ରଭାବ ବିଗତ ଦିନମାନଙ୍କରେ ରାଜ୍ଯରେ କମୁଥିବା ଦେଖିବାକୁ ମିଳିଛି । ଉନ୍ନୟନମୁଳକ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ ଏହି କଟକଣାକୁ କୋହଳ କରାଯାଇଥିବା ଅର୍ଥ ବିଭାଗ ଚିଠିରେ ଦର୍ଶାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In Corona Time Odisha Government Finance Department Give Relaxed For Government Expenses
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X