Get Updates
Get notified of breaking news, exclusive insights, and must-see stories!

ଆଇଏଏସ୍ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ନୂଆ ବର୍ଷରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୧୦ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳବଦଳ ହୋଇଛି ।

ଭୁବନେଶ୍ୱର: ନୂଆ ବର୍ଷରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୧୦ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳବଦଳ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ ସେଠୀ ।

lokaseba bhaban

ସେହିପରି କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ସଚିବ ଭାବେ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ତାଙ୍କୁ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସଚିବ ଥିବା ସଞ୍ଜୀପ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି।

ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରେ ପ୍ରିନ୍ସିପାଲ୍ ସେକ୍ରେଟାରୀ ଥିବା ମଧୁସୂଦନ ପାଢୀଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରେଶ କୁମାର ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗର OSD ଭାବେ ନିଯୁକ୍ତି ପାଇଛନ୍ତି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଭୂପେନ୍ଦ୍ର ସିଂ ପୁନିଆଙ୍କୁ IDCOର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତି କରାଯାଇଛି। ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+