ଚିଲିକାରେ ଆରମ୍ଭ ହେଲା ହେଲା ହାଉସ ବୋଟ୍ ସେବା, "ଗୁରୁଡ଼"ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଜିଠୁ ଚିଲିକାରେ ବୁଲିଲା ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ 'ଗରୁଡ଼’ । ଏହାକୁ ସକାଳ ୯ଟା ୩୦ରେ ଭର୍ଚୁଆଲ ମଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଖୋର୍ଦ୍ଧା: ଆଜିଠୁ ଚିଲିକାରେ ବୁଲିଲା ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ 'ଗରୁଡ଼' । ଏହାକୁ ସକାଳ ୯ଟା ୩୦ରେ ଭର୍ଚୁଆଲ ମଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେରଳ ପରେ ଚିଲିକାର ନୀଳ ଜଳରାଶିରେ ପର୍ଯ୍ୟଟନ ବିଭାଗ ଓ ବିକାଶ ଇକୋ ରିସର୍ଟ ସହାୟତାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ ସେବା । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ହାଉସବୋଟ ସେବା ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ସିଦ୍ଧାର୍ଥ କଟାରିଆ ଏବଂ ବିକାଶ ଇକୋ ରିସର୍ଟର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି ।
ହାଉସବୋଟଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରଖାଯାଇଛି । ବୋଟଟିର ଲମ୍ବ 105 ଫୁଟ ଓ ଓସାର 25ଫୁଟ ରହିଛି । ଡବଲ ଇଞ୍ଜିନ ବିଶିଷ୍ଟ ଏହି ବୋଟରେ 6ଟି ପରିବାର ପାଇଁ ବ୍ୟବସ୍ଥା ଅଛି । ହାଉସବୋଟଟିକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବା ବେଳେ ଏଥିରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ସେହିଭଳି ଏହି ହାଉସବୋଟର ନାମ 'ଗରୁଡ଼' ରଖାଯାଇଛି । ବୋଟଟି 100ଟନ ଓଜନ ବିଶିଷ୍ଟ ହୋଇଥିବା ବେଳେ ଏହା ମାତ୍ର 3 ଫୁଟ ଜଳରେ ଚାଲିପାରିବ ବୋଲି ବିକାଶ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications