ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ "ମିଶନ ଶକ୍ତି-ଲିଭିଂ ଲ୍ୟାବ୍' ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂୟୁନାଇଟେଡ୍ ନେସନ୍ସ କ୍ୟାପିଟାଲ୍ ଡେଭ୍ଲପ୍ମେଣ୍ଟ ଫଣ୍ଡ (ୟୁଏନ୍ସିଡ଼ିଏଫ୍) ଜାତିସଂଘ ପୁଂଜିବିକାଶ ପାଣ୍ଠି ମଧ୍ୟରେ ଆଜି ଅପରାହ@ରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସହ "ମିଶନ ଶକ୍ତି-ଲିଭିଂ ଲ୍ୟାବ୍' ପ୍ରକଳ୍ପର ଶୁଭାରମ୍ଭ ହୋଇଛିା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାର ଏବଂୟୁଏନ୍ସିଡ଼ିଏଫର ଏହା ଏକ ସମ୍ମିଳିତ ପ୍ରୟାସ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସହର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଅଧୀନରେ ୬.୦୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛନ୍ତି । ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ଅବସରରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ସୁଜାତା ଆର୍. କାର୍ତ୍ତିକେୟନ୍ କହିଛନ୍ତି, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଏକାନ୍ତ ଆବଶ୍ୟକ ଏବଂ ଏହି ଚୁକ୍ତିନାମା ଫଳରେ ମହିଳାମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ଓ ସେମାନେ ଅଧିକ ଉପାର୍ଜନକ୍ଷମ ହୋଇପାରିବେ ବୋଲି ଆମେ ଆଶାବାଦୀ । ମହିଳାମାନଙ୍କ ଆୟବୃଦ୍ଧି ଏବଂ ଆର୍ଥିକ ସ୍ୱଚ୍ଛଳତାକୁ ସୁନିଶ୍ଚିତ କରିବା ଦିଗରେ ମିଶନ ଶକ୍ତି ଏବଂୟୁଏନସିଡିଏଫ ଆର୍ଥିକ ସହଭାଗିତା ସମୟୋଚିତ ଏବଂ ଅତି ମହତ୍ତ୍ୱପୂର୍ଣ୍ଣ ।
ମହିଳାମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଗଲେ ହିଁ ମହିଳାମାନଙ୍କ ଉପରେ କୋଭିଡ୍-୧୯ର ସାମାଜିକ ଏବଂ ଆର୍ଥିକ ପ୍ରଭାବକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବା ନିଜର ଆର୍ଥିକ କେନ୍ଦ୍ର ଜରିଆରେ ୟୁଏନ୍ସିଡିଏଫ୍ ମିଶନ ଶକ୍ତି ସହ ଯୋଡ଼ି ହେବାରେ ଗର୍ବ ଅନୁଭବ କରୁଛିା ଏହି ସହଭାଗିତା ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାଗୁଡ଼ିକର ଆର୍ଥିକ କ୍ଷମତାକୁ ଦୃଢ଼ୀଭୂତ କରିବା "ମିଶନ ଶକ୍ତି-ଲିଭିଂ ଲ୍ୟାବ' ଅଭିନବ ଡିଜିଟାଲ ମାଧ୍ୟମଗୁଡ଼ିକୁ ସଂପ୍ରସାରିତ କରିବା ସହ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ଏକ ନିରନ୍ତର ବଜାର ସୃଷ୍ଟି କରିବାରେ ସହାୟକ ହେବା ଆର୍ଥିକ ନିରାପତ୍ତା ହାସଲ ଦିଗରେ ମହିଳାମାନଙ୍କ ନିମନ୍ତେ ଥିବା ପ୍ରତିବନ୍ଧକକୁ ଦୃରୀଭୂତ କରିବା, ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ଡିଜିଟାଲ୍ ଜ୍ଞାନକୌଶଳର ପ୍ରୟୋଗରେ ଇ-ବ୍ୟବସାୟ କାରବାରକୁ ଆହୁରି ବ୍ୟାପକ କରିବା ଦିଗରେ ଏହି ସହଭାଗିତା ଯଥେଷ୍ଟ ସହାୟକ ହେବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଡିଜିଟାଲ୍ ଆର୍ଥିକ ସେବା ପ୍ରଦାନ ଏବଂ ସେମାନଙ୍କ ଉନ୍ନତ ଆର୍ଥିକ ଅବସ୍ଥା ସୃଷ୍ଟି କରିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବା ମହିଳାମାନଙ୍କ ପରିଚାଳିତ ପ୍ରାୟ ୧୦ ହଜାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ନିଜ ସାମର୍ଥ୍ୟ ଅନୁସାରେ ବଜାର ସୁଯୋଗ ପାଇବା, ବ୍ୟବସାୟ ସଂପ୍ରସାରଣ ନିମନ୍ତେ ପୁଂଜି ପାଇବା ଏବଂ ଅଧିକ ବଜାର ସଂଯୋଗୀକରଣର ସୁବିଧା ପାଇପାରିବୋ ଏହା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଆର୍ଥିକ ପୁଂଜିକୁ ଉଚିତ ମାର୍ଗରେ ସଂଚୟ କରିବା ସହ ସୁବିନିଯୋଗ କରି ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ଼ କରିପାରିବ ।












Click it and Unblock the Notifications