Get Updates
Get notified of breaking news, exclusive insights, and must-see stories!

କମିବ ନିମୋନିଆ ଜନିତ ଶିଶୁ ମୃତ୍ୟୁହାର : ଆଜିଠୁ ଫେବୃଆରୀ 12 ଯାଏଁ ଶିଶୁଙ୍କ ଚିହ୍ନଟ ଓ ଚିକିତ୍ସା

ନଭେମ୍ବର 12 ତାରିଖରୁ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ନିମୋନିଆ ଲକ୍ଷଣ ଥିବା ଶିଶୁମାନଙ୍କୁ ଚିହ୍ନଟ କରିବେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର : ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ନିମୋନିଆର ସଫଳ ନିରାକରଣ ପାଇଁ ସାମାଜିକ ସଚେତନତା ଓ କାର୍ଯ୍ୟାବଳୀ (ସାନ୍ସ) ନାମରେ ଏକ ଡ୍ରାଇଭ୍ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅନୁସାରେ ଆଜି ଠାରୁ ଅର୍ଥାତ ନଭେମ୍ବର 12 ତାରିଖରୁ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ନିମୋନିଆ ଲକ୍ଷଣ ଥିବା ଶିଶୁମାନଙ୍କୁ ଚିହ୍ନଟ କରିବେ । ଏଥିସହ ସେମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜଣାପଡିଛି । ଆହୁରି ମଧ୍ୟ ଆଜିର କାର୍ଯ୍ଯକ୍ରମରେ ନିମୋନିଆ ନେଇ ଆବଶ୍ୟକୀୟ ସୂଚନା, ଶିକ୍ଷା ଓ ସଂଚାର ଉପକରଣ ଉନ୍ମୋଚିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+