ବେସରକାରୀ ହସ୍ପିଟାଲରେ ଗଣିବାକୁ ପଡିବନି ଟଙ୍କା : ଏଣିକି କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ MRI
ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏଣିକି ମାଗଣାରେ ମିଳିବ MRI ସେବା
ଭୁବନେଶ୍ୱର : ବେସରକାରୀ ହସ୍ପିଟାଲରେ MRI ପାଇଁ ଆଉ ଧାଡିରେ ଛିଡା ହେବାକୁ ପଡିବ ନାହିଁ କିମ୍ବା ଗଣିବାକୁ ପଡିବ ନାହିଁ ମୋଟା ଅଙ୍କର ଟଙ୍କା । ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏଣିକି ମାଗଣାରେ ମିଳିବ MRI ସେବା । ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ପାଇଁ ଯେଉଁ ଦାବି ହୋଇ ଆସୁଥିଲା ତାକୁ ରାଜ୍ୟ ସରକାର ପୁରଣ କରିଛନ୍ତି ।

ପ୍ରାୟ 8 କୋଟି ଟଙ୍କା ବ୍ୟୟରେ ନୂଆ MRI ଯନ୍ତ୍ରାଂଶ କ୍ୟାପିଟାଲ ହସ୍ପିଟାଲରେ ସ୍ଥାପନ କରାଯାଇଛି । ବେଙ୍ଗାଲୁରୁ ସଂସ୍ଥା ମଣିପାଲ୍ ହେଲ୍ଥ ମେପକୁ ଏହାର ପରିଚାଳନା ଦାଯିତ୍ୱ ଦିଆଯାଇଛି । ଗତ ଦଶ ବର୍ଷ ପାଇଁ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ତେବେ ରାଜ୍ୟ ସରକାରଙ୍କ ନିଦାନ ଯୋଜନାରେ ଲୋକଙ୍କୁ ଏହି ମାଗଣା ସେବା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି ।












Click it and Unblock the Notifications