ସହଜ ହେବ ବାଣିଜ୍ୟିକ ବିଚାର : ରାଜ୍ୟରେ ଖୋଲିବ 4ଟି ବାଣିଜ୍ୟିକ କୋର୍ଟ
ବାଣିଜ୍ୟିକ ମାମଲା ଗୁଡିକର ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ପାଇଁ ରାଜ୍ୟ ସରକାର ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବେ
ଭୁବନେଶ୍ୱର : ବାଣିଜ୍ୟିକ ମାମଲା ଗୁଡିକର ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ପାଇଁ ରାଜ୍ୟ ସରକାର ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବେ । ରାଜ୍ୟରେ 4 ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ଠାରେ 4 ଗୋଟି ସିଭିଲ୍ ଜଜ୍ (ସିନିୟର ଡିଭିଜନ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏହି ବାଣିଜ୍ୟକି କୋର୍ଟ ଗୁଡିକର ସ୍ଥାନୀୟ ସୀମା ଯଥାକ୍ରମେ କଟକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଖୋର୍ଧା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଏବଂ ଗଜପତି ରହିବ ।













Click it and Unblock the Notifications