ଚାଷୀ ପାଇବେ ଅମଳକ୍ଷମ ବିହନ : 5 ଲକ୍ଷ ଚାଷୀଙ୍କୁ ଦିଆଯିବ ତାଲିମ
ଚାଷୀମାନଙ୍କ ସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପାଖାପାଖି 5 ଲକ୍ଷ ଚାଷୀଙ୍କୁ 50 ହେକ୍ଟର ଜମିରେ ପନିପରିବା ଚାଷ ପାଇଁ ତାଲିମ ପ୍ରଦାନ କରିବେ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଜୀବିକା ହରେଇଥିବା ଚାଷୀମାନଙ୍କୁ ପନିପରିବା ଓ ଛତୁ ଚାଷ ପାଇଁ ଦିଆଯିବ ତାଲିମ । ଜଙ୍ଗଲ ନିକଟରେ ରହୁଥିବା ଚାଷୀମାନଙ୍କୁ ରାଜ୍ୟ ସରକାର ମାଗଣାରେ ତାଲିମ ଦେବେ । ପନିପରିବା ଓ ଛତୁ ଚାଷ ନେଇ ଚାଷୀମାନଙ୍କୁ ତାଲିମ ଦିଆଯିବ । ଏଥିସହ ଚାଷୀମାନଙ୍କୁ ମାଗଣାରେ ଅମଳକ୍ଷମ ବିହନ ଯୋଗାଇ ଦିଆଯିବ ।
କରୋନା ସ୍ଥିତିରେ ରାଜ୍ୟରେ ଅନେକ ଚାଷୀ ସେମାନଙ୍କର ଚାଷ ହରାଇଛନ୍ତି । ବିଶେଷ କରି ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀମାନେ ବିଶେଷ କରି ପ୍ରଭାବିତ ହୋଇଛନ୍ତି । ଚାଷୀମାନଙ୍କ ସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପାଖାପାଖି 5 ଲକ୍ଷ ଚାଷୀଙ୍କୁ ତାଲିମ ପ୍ରଦାନ କରିବେ ।

ଏନେଇ ସମସ୍ତ ଜିଲ୍ଲାର ବନ ଅଧିକାରୀମାନଙ୍କୁ ଅବଗତ କରେଇ ଦିଆଯାଇଛି । ପାଖାପାଖି 5 ଲକ୍ଷ ଚାଷୀଙ୍କୁ ମାଗଣାରେ ପନିପରିବା ଓ ଛତୁ ଚାଷ ନେଇ ରାଜ୍ୟ ସରକାର ତାଲିମ ଦେବେ । 50 ହେକ୍ଟର ଜମିରେ କିଭଳି ଭାବରେ ପନିପରିବା ଏବଂ ଛତୁ ଚାଷ କରାଯାଇ ପାରିବ ସେନେଇ ଚାଷୀମାନଙ୍କୁ ତାଲିମ ଦିଆଯିବା ସହ ଅମଳକ୍ଷମ ବିହନ ଯୋଗାଇ ଦିଆଯିବ । ଠିକ୍ ସେହିପରି ସେମାନଙ୍କ ଅମଳ ଚାଷକୁ ବଜାରରେ ବିକ୍ରି ନେଇ ସରକାର ତାଲିମ ଦେବା ସହ ଉପଯୁକ୍ତ ସହାୟତା ଯୋଗାଇ ଦେବେ । ଜଙ୍ଗଲରେ ସାଧାରଣତଃ ପରିବେଶ ଓ ପାଣିପାଗ ଥଣ୍ଡା ରହୁଥିବାରୁ ଏହିସ୍ଥାନ ଗୁଡିକରେ କେଉଁ ଧରଣର ପନିପରିବା ଚାଳ କରାଯାଇ ପାରିବ ଏବଂ ଏହାର ଯତ୍ନ କିଭଳି ନିଆଯାଇ ପାରିବ ସେନେଇ ରାଜ୍ୟ ସରକାର 5 ଲକ୍ଷ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବେ ବୋଲି ରାଜ୍ୟସରକାରଙ୍କ ସୂତ୍ରରୁ ଜଣାପଡିଛି ।












Click it and Unblock the Notifications