Get Updates
Get notified of breaking news, exclusive insights, and must-see stories!

ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା: ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା

ଚାଷୀଙ୍କୁ ମିଳିବ ‘କାଳିଆ’ ତୃତୀୟ କିସ୍ତି। ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବର: ଚାଷୀଙ୍କୁ ମିଳିବ କାଳିଆ ଯୋଜନା ତୃତୀୟ କିସ୍ତି। ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ଅର୍ଥ ମିଳିବ । ଏହି ତାଲିକାରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହିତ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା ସାମିଲ ରହିଥିବା ଜଣାପଡିଛି ।

Kalia Yojana

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେପଟେ ଚଳିତବର୍ଷ ପାଇଁ ପ୍ରଥମ କିସ୍ତି ପିଏମ କିଷାନ ଟଙ୍କା ମଧ୍ୟ ପ୍ରଦାନ କରିବେ କେନ୍ଦ୍ର ସରକାର । ତେଣୁ ପ୍ରଥମଥର ପାଇଁ ପିଏମ କିଷାନ ସହିତ ରାଜ୍ୟ ସରକାର ମଧ୍ୟ କାଳିଆ ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି । ତେଣୁ ପିଏମ କିଷାନ ସହାୟତାର ପ୍ରଥମ କିସ୍ତି ବାବଦ ୨ ହଜାର ଟଙ୍କା ଏବଂ କାଳିଆ ସହାୟତାର ତୃତୀୟ କିସ୍ତି ବାବଦରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବ ।

Kalia Yojana

ସୂଚନାନୁସାରେ , ୨୦୧୮ ମସିହା ଡିସେମ୍ବରରେ 'କାଳିଆ' ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ତୃତୀୟ କିସ୍ତି ବାବଦରେ ଏହି ବର୍ଗର ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+