ରାଜ୍ୟ କ୍ୟାବିନେଟରେ 18ଟି ପ୍ରସ୍ତାବରେ ମୋହର : ଶ୍ରୀମନ୍ଦିର, ଶ୍ରୀସେତୁ ଓ ଗ୍ରୀଡକୋକୁ ଗୁରୁତ୍ୱ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ 18ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ 18ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କ୍ୟାବିନେଟ ବୈଠକରେ ଅନ୍ୟମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।
2020-21 ବର୍ଷରେ 48 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯିବ । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଓ ଜୁନ୍ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ । ସେହିପରି ରାଜ୍ୟ କ୍ୟାବିନେଟ୍ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଞ୍ଜୁରୀ ଦେଇଛନ୍ତି । କୋଭିଡ୍ ମହାମାରୀରେ ପ୍ରଭାବିତ କୃଷକମାନଙ୍କୁ ତୁରନ୍ତ ଲାଭ ପ୍ରଦାନ ପାଇଁ ଏହି ଅଧିନିୟମ ଅଣାଯିବ । 8.37 ଏକର ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ । ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଏହି ଜମି ବ୍ୟବହାର କରାଯିବ । ଏଥିପାଇଁ 461 କୋଟି 25 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଓଡିଶା ଡାକ୍ତରୀ ସେବା ନିୟମାବଳୀ-1992ରେ ସଂଶୋଧନ କରାଯିବ । ଆଗାମୀ ବିଧାନସଭା ଶୀତ ଅଧିବେଶନକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ଓଡିଶା କ୍ୟାବିନେଟ୍

ଏଥିସହ ଚଳିତ ଆର୍ଥୀକ ବର୍ଷରେ ଗ୍ରୀଡକୋ ସପକ୍ଷରେ 26 ଶହ କୋଟି ଟଙ୍କାର ଋଣ ପାଇଁ ଗ୍ୟାରେଣ୍ଟି ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି । ଏହି ଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ନିଜେ ଗ୍ୟାରେଣ୍ଟର ରହିବେ । ଓଡିଶାର ସରକାରୀ ଯାନ୍ତ୍ରୀକ ବିଦ୍ୟାଳୟର ନିଯୁକ୍ତି ଲାବ୍ରୋଟୋରୀ ସହାୟକଙ୍କର ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀକୁ ଆହରୁ ସୁବ୍ୟବସ୍ଥିତ କରାଯିବ । ଏଥିପାଇଁ ପଲିଟେକ୍ନିକର ଲାବ୍ରୋଟୋରୀ ସହାୟକ ନିୟମ 2020ର ପ୍ରଣୟନ କରାଯିବ ଏବଂ ଏମାନଙ୍କୁ କ୍ୟାଡରରେ ପଦୋନ୍ନତି ସୁଯୋଗ ସୃଷ୍ଟି କରାହେବ । ସେପଟେ ମନ୍ତ୍ରୀ ପରିଷଦ ବୈଠକରେ 2020-21 ବର୍ଷ ପାଇଁ ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ଅତିରିକ୍ତ ବଜେଟ ପାଇଁ 11ହଜାର 2 ଶହ କୋଟି ଟଙ୍କା ମଞ୍ଜୁରୀ କରାଯାଇଥିବା ବେଳେ ଆସନ୍ତା 20 ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+