ଏଣିକି ଗୋଟିଏ ନମ୍ୱରକୁ ଫୋନ କଲେ ମିଳିବ ଏହି 3 ସେବା
ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । ୧୧୨କୁ କଲ କଲେ ମିଳିବ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା
ଭୁବନେଶ୍ୱରେ: ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଏଣିକି ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡ଼ିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । ୧୧୨କୁ କଲ କଲେ ମିଳିବ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ।

ତେବେ ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଆଜି ସନ୍ଧ୍ୟା ୫ଟାରେ ଭିସି ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେବେ ।
ପୂର୍ବରୁ ପୋଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଡାଏଲ କରିବାକୁ ପଡୁଥିଲା ।












Click it and Unblock the Notifications