ହଜାରରୁ କମିଲା ସଂକ୍ରମଣ, ଶିଶୁ ସଂକ୍ରମିତଙ୍କୁ ନେଇ ବଢିଲା ଚିନ୍ତା
ହଜାରରୁ କମିଲା ସଂକ୍ରମଣ, ଶିଶୁ ସଂକ୍ରମିତଙ୍କୁ ନେଇ ବଢିଲା ଚିନ୍ତା। ଆଜି ରାଜ୍ୟରେ ନୂତନ ୮୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟ ସରକାରଙ୍କ କୋଭିଡ ସଂକ୍ରମିତ ତଥ୍ୟରେ ୧୮ ବର୍ଷରୁ କମ ବୟସକଙ୍କ ମଧ୍ୟରେ ୧୦୪ କରୋନା ରୋଗୀ ଚିହ୍ନଟ ହୋଇଥିବା ଉଲ୍ଲେଖ ହୋଇଛ
ଓଡିଶାରେ କରୋନା ପଜିଟିଭ ସଂଖ୍ୟା ଆଜି ଏକ ହଜାରରୁ କମ ହୋଇଛି । ଆଜି ରାଜ୍ୟରେ ନୂତନ ୮୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟ ସରକାରଙ୍କ କୋଭିଡ ସଂକ୍ରମିତ ତଥ୍ୟରେ ୧୮ ବର୍ଷରୁ କମ ବୟସକଙ୍କ ମଧ୍ୟରେ ୧୦୪ କରୋନା ରୋଗୀ ଚିହ୍ନଟ ହୋଇଥିବା ଉଲ୍ଲେଖ ହୋଇଛି। କରୋନା ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବ ଆଶଙ୍କା ରହିଥିବା ବେଳେ ୧୮ ବର୍ଷରୁ କମ ବର୍ଗର ଶହେରୁ ଊର୍ଦ୍ଧ୍ଵ ନୂତନ ସଂକ୍ରମିତ ହେବା ଘଟନା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୦୭ ଜଣ ଏବଂ ୩୬୧ଟି ଲୋକାଲ କେସ୍ ରହିଛି। ଆଜି ଅନୁଗୁଳରୁ ୨୬, ବାଲେଶ୍ୱରରୁ ୫୨, ବରଗଡ଼ରୁ୧୩, ଭଦ୍ରକରୁ ୧୯, ବଲାଙ୍ଗିରରୁ ୮, ବୌଦ୍ଧରୁ ୧, କଟକରୁ ୧୫୪, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଂଜାମରୁ ୩, ଜଗତସିଂହପୁରରୁ ୨୩, ଯାଜପୁରରୁ ୪୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୨୬, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୧୬, ମାଲକାନଗିରିରୁ ୧୬, କେନ୍ଦ୍ରାପଡ଼ାରୁ ୨୬, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୧୬, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୨୮, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୬, ପୁରୀରୁ ୨୧, ରାୟଗଡ଼ାରୁ ୨, ସମ୍ବଲପୁରରୁ ୩୯, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୫୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩କୁ ବୃଦ୍ଧି ପାଇଛି। ଆଜି ୧୦୪୩ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜି ସୁଦ୍ଧା ୧,୭୦,୮୮,୫୧୩ ନମୂନା ପରୀକ୍ଷା ହୋଇଥିବାବେଳେ ୯୯୫୪୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଜି ସୁଦ୍ଧା ୯,୭୮,୨୪୦ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୧୦୧୮୭।












Click it and Unblock the Notifications