ଭୁବନେଶ୍ବରରେ ତିଆରି ହେବ କରୋନା ଟିକା : ଭାରତ ବାୟୋଟିକ୍ ପ୍ରତିଷ୍ଠା କରିବ ୟୁନିଟ୍
ଖୁବ୍ ଶୀଘ୍ର ରାଜ୍ୟରେ କରୋନା ଟିକା ଉତ୍ପାଦନ ଆରମ୍ଭ ହେବ । ଭାରତ ବାଯୋଟେକ୍ 300 କୋଟି ଟଙ୍କା ବେୟରେ ପ୍ରତିଷ୍ଠା କରିବ କାରଖାନା।
ଭୁବନେଶ୍ୱର: କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଓୌଷଧ ଓ ଟିକାକୁ ଅପେକ୍ଷା କରିଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର । ଖୁବ୍ ଶୀଘ୍ର ରାଜ୍ୟରେ କରୋନା ଟିକା ଉତ୍ପାଦନ ଆରମ୍ଭ ହେବ । ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିଃ ଏହି ଟିକାକୁ ଉତ୍ପାଦନ କରିବ । କମ୍ପାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ଅନ୍ଧାରୁଆରେ ଏକ କାରଖାନା ନିର୍ମାଣ କରିବ । ଏହି କାରଖାନାରେ ଟିକା ଉତ୍ପାଦନ ହେବ । ଏହି କାରଖାନାରେ ଭାରତ ବାୟୋଟେକ୍ ପାଖାପାଖି 300 କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଆଜି ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠୀଙ୍କ ଅଧକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ପାରିତ ହୋଇଛି ।

ଅପରପକ୍ଷରେ ରାଜ୍ୟରେ ଆଜି ପୁଣି 1494 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ 867 ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି 627 ଜଣ । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 98 ହଜାର 768 ରହିଛି । ଏଥିମଧ୍ୟରୁ 2 ଲକ୍ଷ 83 ହଜାର 533 ଜଣ ସୁସ୍ଥ ହୋଇସାରିଲେଣି । କୋଭିଡ୍ ମହାମାରିରେ ଏଜାବତ୍ ରାଜ୍ୟରେ 1393 ଜଣଙ୍କର ମୃତ୍ୟୁ ହୋଇଛି ।












Click it and Unblock the Notifications