ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, ଆଜି ୮ ହଜାର ୮୪୫ ନୂତନ ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ଯ ହ୍ରାସ ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଦୈନିକ ସଂକ୍ରମିତ ତଥ୍ୟ ଅନୁସାରେ ଗତ ଦୁଇଦିନ ଧରି 10 ହାଜରରୁ କମ ରହୁଛି। ଆଜି ରାଜ୍ୟରେ ରାଜ୍ୟରେ ୮ ହଜାର ୮୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୨୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୫୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୬୦ ଜଣ, ବାଲେଶ୍ୱରରୁ ୨୯୦ ଜଣ, ବରଗଡ଼ରୁ ୧୪୧ ଜଣ, ଭଦ୍ରକରୁ ୧୧୭ ଜଣ, ବଲାଙ୍ଗୀରରୁ ୨୩୨ ଜଣ, ବୌଦ୍ଧ ଜିଲ୍ଲାରୁ ୯୩, କଟକରୁ ୬୨୮ ଜଣ, ଦେବଗଡ଼ରୁ ୫୫ ଜଣ, ଢେଙ୍କାନାଳରୁ ୧୦୦ ଜଣ, ଗଜପତିରୁ ୯୨, ଗଞ୍ଜାମରୁ ୩୩ ଜଣ, ଜଗତସିଂହପୁରରୁ ୧୮୦ ଜଣ, ଯାଜପୁରରୁ ୨୦୯ ଜଣ, ଝାରସୁଗୁଡ଼ାରୁ ୧୪୪ ଜଣ, କଳାହାଣ୍ଡିରୁ ୧୩୯ ଜଣ, କନ୍ଧମାଳରୁ ୧୦୯ ଜଣ, କେନ୍ଦ୍ରାପଡ଼ାରୁ ୯୨ ଜଣ, କେଉଁଝରରୁ ୧୧୦ ଜଣ, ଖୋର୍ଦ୍ଧାରୁ ୨୫୨୮ ଜଣ, କୋରାପୁଟରୁ ୨୦୩ ଜଣ, ମାଲକାନଗିରିରୁ ୫୦ ଜଣ, ମୟୁରଭଞ୍ଜରୁ ୧୫୨ ଜଣ, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୯୪ ଜଣ, ନୂଆପଡ଼ାରୁ ୨୦୫ ଜଣ, ପୁରୀରୁ ୧୬୫ ଜଣ, ରାୟଗଡ଼ାରୁ ୨୨୧ ଜଣ, ସମ୍ୱଲପୁରରୁ ୧୮୧ ଜଣ, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୧୦୦୧ ଜଣ ଓ ଷ୍ଟେଟ ପୁଲରୁ ୫୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୯୬,୧୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୯୯, ୪୨୩ ଜଣ ସୁସ୍ଥ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୮୮, ୧୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଜାନୁୟାରୀ ପହିଲାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଥିବା ବେଳେ ଗତ ଏକ ସପ୍ତାହ ଧରି ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। ଆଜି ଓ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ କମ ହୋଇଛି।












Click it and Unblock the Notifications