ବୁଲା ପ୍ରାଣୀଙ୍କ ପାଇଁ ପୁଣି ୬୭ ଲକ୍ଷ ୫୨ ହଜାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସହରାଞ୍ଚଳରେ ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସହରାଞ୍ଚଳରେ ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ବର୍ଦ୍ଧିତ ଲକଡାଉନ୍ ଅବଧି ମଧ୍ୟରେ ଏହି ପରିମାଣ ଅସହାୟ ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ବ୍ୟବହୃତ ହେବ ।

CM Naveen

ଭୁବନେଶ୍ୱରରେ ଦିନକୁ ୨୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪ ମ୍ୟୁନିସିପାଲ କର୍ପୋରୋସନ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ୪୮ଟି ମ୍ୟୁନିସିପାଲିଟି ଦିନକକୁ ୫ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ୬୧ଟି ଏନଏସି ଦିନକୁ ୨ହଜାର ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଏବାଦରେ କୋଟିଏ ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ 1 କୋଟି 13 ଲକ୍ଷ 94 ହଜାର ଟଙ୍କା ଏଥି ପ୍ରଦାନ କରିସାରିଛନ୍ତି । ସେହିପରି କୋଭିଡ ପରିଚାଳନା ପାଇଁ ପୂର୍ବରୁ ସିଏମସିକୁ ୨୬କୋଟି ୭୧ଲକ୍ଷ ୧୯ହଜାର ୧୪୪ ଟଙ୍କା ପ୍ରଦାନ କରାଯାଇଥିଲା । କେବଳ କଟକ ମହାନଗର ନିଗମକୁ ଏଯାଏ ମୋଟ୍ ୪୧କୋଟି ୭୧ ଲକ୍ଷ ୧୯ହଜାର ୧୪୪ ଟଙ୍କା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+