ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦୁବାଇରୁ ଭୁବନେଶ୍ୱର ଉଡିବ ଡାଇରେକ୍ଟ ଫ୍ଲାଇଟ୍
ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଆ ଆସ କରିପାରିବେ ଲୋକେ ।
ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଆ ଆସ କରିପାରିବେ ଲୋକେ ।
ତେବେ ଏନେଇ ଗତକାଲି ଦୁବାଇ ଇନଭେଷ୍ଟର୍ସ ମିଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେମାନେ ଖୁସି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସି ବୋଲି କହିଥିଲେ ।
ଉଲ୍ଲଖଯୋଗ୍ୟ ଯେ, ବିଦେଶ ଗସ୍ତ ସମୟରେ ସବୁଠି ନବୀନଙ୍କ କ୍ରେଜ ଦେଖବାକୁ ମିଳିଛି । ୟୁରୋପ ମହାଦେଶରେ ପ୍ରବାସୀ ଓଡ଼ିଆଙ୍କ ସହିତ ହେଉ କି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ସାମଗ୍ରୀକ ବିକାଶର ଚିତ୍ର ହେଉ । ସବୁଠି ଦେଖିବାକୁ ମିଳିଛି ନବୀନଙ୍କ ସ୍ୱତନ୍ତ୍ର ଛାପ ।
ଭାର୍ଟିକାନ ସିଟିରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ସାକ୍ଷାତ କରିଥିଲେ । ଦୁବାଇରେ ସଫଳତାର ସହିତ ଆୟୋଜିତ ହୋଇଛି ଓଡିଶା ଇନଭେଷ୍ଟର୍ସ ମିଟ୍ । ଭୁବନେଶ୍ୱରରେ ଡିସେମ୍ବର ମାସରେ ହେବାକୁ ଯାଉଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି। ତେବେ ଦୁବାଇ ଇନଭେଷ୍ଟର୍ସ ମିଟରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।












Click it and Unblock the Notifications