For Quick Alerts
Turn On Notification  
For Daily Alerts
Oneindia App Download

ଅନାଥ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ 'ଗ୍ରୀନ ପ୍ୟାସେଜ'

ଅନଥା ପିଲାଙ୍କ ଉଚ୍ଚଶିକ୍ଷା ପାଇଁ 'ଗ୍ରୀନ ପ୍ୟାସେଜ' ନାମକ ନୂଆ କରି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶୀର୍ବାଦ ଯୋଜନାରେ ଭରଣ ପୋଷଣ ଓ ଗ୍ରୀନ ପ୍ୟାସେଜରେ ଅନାଶ ପିଲାଙ୍କୁ ଉଚ୍ଚଶିକ୍ଷାର ସହାୟତା ଦେବେ ରାଜ୍ୟ ସରକାର ।

|

ଭୁବନେଶ୍ବର: ଅନାଥ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ 'ଗ୍ରୀନ ପ୍ୟାସେଜ' ନାମକ ନୂଆ କରି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶୀର୍ବାଦ ଯୋଜନାରେ ଭରଣ ପୋଷଣ ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଅନାଥ ପିଲାଙ୍କୁ ଉଚ୍ଚଶିକ୍ଷାର ସହାୟତା ଦେବେ ରାଜ୍ୟ ସରକାର ।

Green Passage

ବାପା ମାଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ, ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ ।

ସେହିପରି ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଘର ମଞୁର କରାଯିବ । ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର ରଖବେ । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନିଲ ଜଷ୍ଟିସ୍ ଫଣ୍ଡରୁ ଆବଶ୍ୟକ ସ୍ଥଳେ ଏହି ପିଲାମାନଙ୍କୁ ସହାୟତା ମିଳିପାରିବ।

ଉପରୋକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଚାଇଳ୍ଡ କେୟାରରେ । ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକ ହଜାର ଟଙ୍କା ପ୍ରତି ମାସରେ ପିଲାକୁ 18 ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ । ପିଲାର ଶିଷା ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରାଯିବ ।

ପିଲାର ମା ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି, ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞୁର କରାଯିବ । ଏହା ସହିତ ଉଭୟଙ୍କୁ ସେମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ର ସୁବିଧା ମଧ୍ୟ ମିଳିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen Patnaik launched new scheme 'Green Passage' for higher education of Orphan Children
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X