ଓଡ଼ିଶା ଫୁଡ୍ ପ୍ରୋ ୨୦୨୨କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଶା ଫୁଡ ପ୍ରୋ 2022 । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡ଼ିଶାକୁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ମୁଖ୍ୟମନ୍ତ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଶା ଫୁଡ ପ୍ରୋ 2022 । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡ଼ିଶାକୁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି ।

Odisha FoodPro 2022

ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ। ଦେଶ ଓ ବିଦେଶର କମ୍ପାନୀ ମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ। ସେଥିପାଇଁ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ। ଯାହାଦ୍ବାରା ଚାଷୀ ଲାଭବାନ ହେବ ।

ଲୋକସେବା ଭବନର କନଭେନ୍ସନ ହଲରେ ଆୟୋଜିତ ଓଡ଼ିଶା ଫୁଡ୍ ପ୍ରୋ 2022ର ଉଦଘାଟନ କାର୍ଯ୍ୟକ୍ରମରେ ଭିସି ଯୋଗେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ପୁଞ୍ଜି ନିବେଶକ, ଉତ୍ପାଦକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସହ ଜଡ଼ିତ ଥିବା ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଅଭିବୃଦ୍ଧିରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର । ଏହା ଦ୍ବାରା କୃଷି ଓ କୃଷକଙ୍କ ଆୟ ବୃଦ୍ଧି ଦିଗରେ ଏହାର ଅପାର ସମ୍ଭାବନା ଅଛି । ଓଡ଼ିଶାର ବିଶାଳ ଭୌଗଳିକ ସ୍ଥିତି, ଜଳବାୟୁ ଏବଂ ଫସଲ ବିବିଧତା ରାଜ୍ୟର ଆଦର୍ଶ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବ । ଓଡ଼ିଶା ଫୁଡ୍ ପ୍ରୋ MSME ବିଭାଗ ଦ୍ଵାରା ପ୍ରତିବର୍ଷ ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି କାର୍ଯ୍ୟ କ୍ରମରେ ଶକ୍ତି ଓ ଏମସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ସେହି ଶ୍ରେଣୀରେ ଏହା ପ୍ରଥମ । ବିଭାଗୀୟ କର୍ମଚାରୀଙ୍କ ପ୍ରଚେଷ୍ଟା ଦ୍ୱାରା ସଫଳ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ କହିଛନ୍ତି, ଛୋଟ ନିବେଶକ ଏବଂ ଉଦ୍ୟୋଗ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରିନ୍ସିପାଲ ସେକ୍ରେଟାରୀ ରଞ୍ଜନ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମଥର ଆୟୋଜନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+