ଏଣିକି ଗାଁ ଗାଁକୁ ଗଡ଼ିବ ବସ, ୨୨ ଜିଲ୍ଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୨୨ ଟି ଜିଲ୍ଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ ।

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତିକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଗାଁ ଗାଁର ଲୋକେ ସହରକୁ ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବା ପାଇଁ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ୨୨ ଟି ଜିଲ୍ଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ । ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍‌ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ ।

CM Naveen

କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୯ଟି ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଂଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏତବ୍ୟତିତ ଅନୁଗୁଳ ଜିଲ୍ଲାର ଭୀମକନ୍ଦା, ପାଳଲହଡ଼ା, ବାଲେଶ୍ୱର ଜିଲ୍ଲାର ରିଆ, ମଥାନି, କାଚୁଆପଡ଼ା, ଦେହୁଡା, ଭଦ୍ରକ ଜିଲ୍ଲାର ଦକ୍ଷିଣ ଧାମରା, ବାସୁଦେବପୁର, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବଙ୍ଗୋମୁଣ୍ଡା, ବୌଦ୍ଧ ଜିଲ୍ଲାର ପୁରୁଣାକଟକ, କଣ୍ଟାମାଳ, କଟକ ଜିଲ୍ଲାର କୁନେଇପଡ଼ା, ଢେଙ୍କାନାଳ ଜିଲ୍ଲାର ନିଜିଗ୍ରହ, ଢେଙ୍କାନାଳ ସହର, ଗଜପତି ଜିଲ୍ଲାର ଆର୍‌.ଉଦୟଗିରି, ନୂଆଗଡ଼, ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କଳାହାଣ୍ଡିର ଧରମଗଡ଼, ଜୁନାଗଡ଼, କନ୍ଧମାଳର ତିପାରିଗାଁ, କେନ୍ଦ୍ରାପଡ଼ାର ନଦୀଆବରେଇ, ମାର୍ଶାଘାଇ, ନିଆଳ, ବାଘବୁଡ଼ା ଓ ସାନବେଡ଼ା (ଗୋପାଳପୁର)ରେ ବସ୍‌ଷ୍ଟାଣ୍ଡ ହେବ।

ସେହିପରି କେନ୍ଦୁଝର ଜିଲ୍ଲାର ଖପରାଖାଇ, ଆନନ୍ଦପୁର, ଉପରଡିହ, ହିରଚନ୍ଦନପୁର, ସାହରପୁର, ଗୋରଣ୍ଡିଯୋଡ଼ି, ସଢୁଆପଡ଼ା, କାଲିକୁଦର, ଝୁମ୍ପୁରା, କୋରାପୁଟର କାକି, କୋଟପାଡ଼, ମୟୂରଭଂଜର ବେତନଟୀ, ନବରଂଗପୁରର ଦାଙ୍ଗିରିଗୋଡ଼, କୋଡ଼ିଙ୍ଗା, ନୟାଗଡ଼ର ରଣପୁରଘା, ଖଣ୍ଡପଡ଼ା, ପାତଣ୍ଡା, ନୂଆପଡ଼ା ଜିଲ୍ଲାର ରାଜପୁରା, ପୁରୀର ବଲରା, ଗୋପ, ରାୟଗଡ଼ାର କୋଲନରା, ଟିକରପଡ଼ା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା, ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର, ଝାରକୁମୁଡ଼ା (ବୀରମହାରାଜପୁର), ବିନିକା ଓ ଉଲୁଣ୍ଡାରେ ବସ୍‌ଷ୍ଟାଣ୍ଡ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+