ଶିଶୁ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଶିଶୁ ଚିକିତ୍ସା ଉପରେ ଅଧିକ ଗବେଷଣା ପାଇଁ ରାଜ୍ୟରେ ଡାକ୍ତରଙ୍କ ପାଇଁ ତାଲିମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଆମର ମୌଳିକ ନୀତି ଅନୁସରଣ କରି ଶିଶୁମାନଙ୍କୁ ଉପଯୁକ୍ତ ସ୍ୱାସ୍
ଭୁବନେଶ୍ୱର: ଶିଶୁ ଚିକିତ୍ସା ଉପରେ ଅଧିକ ଗବେଷଣା ପାଇଁ ରାଜ୍ୟରେ ଡାକ୍ତରଙ୍କ ପାଇଁ ତାଲିମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ପ୍ରତ୍ୟେକ ଜୀବନ ମୂଲ୍ୟବାନ' ଆମର ମୌଳିକ ନୀତି ଅନୁସରଣ କରି ଶିଶୁମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ସମ୍ବଳ ଖର୍ଚ୍ଚ କରୁଛନ୍ତି । ସେହିପରି କୋଭିଡର ଦ୍ୱିତୀୟ ତରଙ୍ଗ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।

ତେବେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଶିଶୁ ଚିକିତ୍ସା ଉପରେ ଡାକ୍ତରଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତୃତୀୟ ତରଙ୍ଗର ସମ୍ଭାବ୍ୟ ଖବର ଆସିଥିବାରୁ ଆମକୁ ଅତ୍ୟଧିକ ସତର୍କ ରହିବାକୁ ପଡିବ ଏବଂ ଏହା ପିଲାମାନଙ୍କ ଉପରେ ପ୍ରଭାବ ପକାଇବାର ସମ୍ଭାବନା ଅଧିକ।
ଶିଶୁ ଚିକିତ୍ସା ପାଇଁ ଯନ୍ତ୍ରପାତି ଏବଂ ଔଷଧ ସମେତ ଭିତ୍ତିଭୂମି ସୃଷ୍ଟି ପାଇଁ ସରକାର ଏକ ଯୋଜନାକୁ ଅନୁମୋଦନ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିଶୁମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପ୍ରଶିକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କିଛି ଅପ୍ରୀତିକର ପରିସ୍ଥିତି ଉପୁଜେ, ତେବେ ଆମକୁ ଆଗାରୁ ପ୍ରସ୍ତୁତ ହେବା ଆବଶ୍ୟକ ।
ସମ୍ଭାବ୍ୟ ତୃତୀୟ ତରଙ୍ଗ ଉପରେ ନଜର ରଖି ରାଜ୍ୟ ସରକାର ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଏବଂ ନର୍ସିଂ ଅଫିସରଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଅନେକ କୋଭିଡ୍ ଟ୍ରେନିଂ କ୍ୟାପସୁଲ୍, ସଚେତନତା ଭିଡିଓ ଏବଂ ପକେଟ୍ ବୁକ୍ ମଧ୍ୟ ଲଞ୍ଚ କରାଯାଇଛି ।












Click it and Unblock the Notifications