For Quick Alerts
Turn On Notification  
For Daily Alerts
Oneindia App Download

ସ୍କୁଲରୁ ହେବ ଅଲମ୍ପିକ ପ୍ରସ୍ତୁତି, ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅଲିମ୍ପିକ୍ ପାଇଁ ସ୍କୁଲ ସ୍ତରରୁ ହେବ ପ୍ରସ୍ତୁତି । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

|

ଭୁବନେଶ୍ୱର: ଅଲିମ୍ପିକ୍ ପାଇଁ ସ୍କୁଲ ସ୍ତରରୁ ହେବ ପ୍ରସ୍ତୁତି । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲରେ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ ।

CM Naveen

ପ୍ରାଥମିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ ହୋଇଛି ଯୋଜନା। ଏହାଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ସ୍କୁଲ ସମୟରୁ ହିଁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ । ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷା ସହ ସ୍ପୋର୍ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଅଲିମ୍ପିକ ଶିକ୍ଷାଦାନ ଚୀନ ଓ ଜାପାନ ଭଳି ଖେଳାଳି ସୃଷ୍ଟି ଉଦେଶ୍ୟରେ ଆରମ୍ଭ ହୋଇଛି । ଏହି କସରତ ତୃଣମୂଳ ସ୍ତରରୁ ପିଲାଙ୍କୁ ଅଲିମ୍ପିକ୍ ସମ୍ପର୍କରେ ଶିକ୍ଷା ଦିଆଯିବ । ସାରା ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତି ନେଇଛି ।

ସାରା ଦେଶରେ ଓଡ଼ିଶା ଏକ ସ୍ପୋର୍ଟ ହବ୍ ଭାବେ ପରିଚିତି ଲାଭ କରିଛି । ଏପରି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି ଅବସରରେ ଆଇଓସି, ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରା, ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାର ୯୦ ଟି ସ୍କୁଲରେ ଆରମ୍ଭ ହୋଇଛି । ଏହି ଯୋଜନା ରାଉରକେଲାର ୨୭ ଟି ଓ ଭୁବନେଶ୍ୱରର ୬୩ ସ୍କୁଲରେ ଏହି ଯୋଜନା ଆରମ୍ଭ ହୋଇଛି । ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ସ୍କୁଲପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଶିକ୍ଷା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen Launches Olympic Values Education Program in Odisha Schools
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X