ପୁରୀରେ ଦେଢଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ 150 ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ 150 ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କରିଛନ୍ତି । ସମ୍ ହସ୍ପିଟାଲ୍ ସହଯୋଗରେ ନିର୍ମିତ ଏହି କୋଭିଡ ହସ୍ପିଟାଲରେ 90ଟି ଜେନେରାଲ୍ ଅକ୍ସିଜେନ ବେଡ, 40 ଟି HDU ବେଡ ଏବଂ 20ଟି ଆଇସିୟୁ ବେଡ୍ ରହିଛି । ଏହା ସହ ଏକ ଉଚ୍ଚମାନର ଲାବୋରେଟୋରୀ ଏବଂ ଡାଇଗ୍ନୋଷ୍ଟିକ ସୁବିଧା ମଧ୍ୟ ଏଥିରେ ରହିଛି ।

CM Naveen

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାର ଗୁରୁତର କୋଭିଡ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ଏହି କୋଭିଡ ହସ୍ପିଟାଲ ସହାୟକ ହେବ ଏବଂ ସେମାନଙ୍କୁ ଭୁବନେଶ୍ୱର କିମ୍ବା କଟକ ଡାକ୍ତରଖାନା ଖୋଜିବାକୁ ପଡ଼ିବ ନାହିଁ। କୋଭିଡ ହସ୍ପିଟାଲର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଶଯ୍ୟା ଅମ୍ଳଜାନ ପାଇପଲାଇନ ସହିତ ସଂଯୁକ୍ତ ହୋଇଛି ଏବଂ ଆବଶ୍ୟକ ହେଲେ ଅମ୍ଳଜାନ ଶଯ୍ୟା ଆହୁରି ବୃଦ୍ଧି କରାଯିବ।

ଏହି କୋଭିଡ-କେୟାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଆଗକୁ ଆସିଥିବାରୁ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ କୁ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ଆମ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ସମୟ ବୋଲି କହି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ ପ୍ରଥମ ଲହରୀରରେ ଅର୍ଥନୈତିକ ପ୍ରଭାବ ସତ୍ତ୍ବେ ଆମେ ଅଧିକ ସଫଳତାର ସହିତ କରୋନା ବିରୋଧରେ ଲଢେଇ କରିଥିଲୁ । ଏହି ବର୍ଷ ମଧ୍ୟ ଆମେ ଏପର୍ଯ୍ୟନ୍ତ ଏହାର ସଠିକ୍ ମୁକାବିଲା କରି ପାରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+