Get Updates
Get notified of breaking news, exclusive insights, and must-see stories!

ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ନୂଆଁଖାଇରେ ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ପ୍ରତ୍ୟେକ ଚାଷୀଙ୍କୁ ମିଳିଛି ୨ ହଜାର ଲେଖାଏଁ ଟଙ୍କା । କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ନୂଆଁଖାଇରେ ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ପ୍ରତ୍ୟେକ ଚାଷୀଙ୍କୁ ମିଳିଛି ୨ ହଜାର ଲେଖାଏଁ ଟଙ୍କା । କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଉପକୃତ ହେବେ ୪୧ ଲକ୍ଷରୁ ଅଧିକ ଚାଷୀ । କାଳିଆ ଟଙ୍କା ବାବଦରେ ଚାଷୀଙ୍କୁ ଦିଆଯିବ ମୋଟ ୮୬୯ କୋଟି ଟଙ୍କା । ଏଥିରେ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀ ଉପକୃତ ହେବେ ।

KALIA

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆଖାଇ ମାଟି ମା'ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା'ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ। ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି। ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ 869 କୋଟି ଟଙ୍କାର ସହାୟତା ଦିଆଗଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା ।

କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା। ଛୋଟ ଚାଷୀ ମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀ ମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇ ମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ମୁଁ ଆଶା କରୁଛି, ଏହି ସହାୟତା ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି। ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି। ଶୀଘ୍ର କ୍ଷୟକ୍ଷତି ଆକାଳନ କରି ରିପୋର୍ଟ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି । ଆପଣମାନଙ୍କୁ ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ। ଓଡିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+