ଘର ମରାମତି ପାଇଁ ଟଙ୍କା ପଠାଇଲେ ନବୀନ, ୩୧ ଲକ୍ଷ ପରିବାର ପାଇଲେ ୧୪୪୪ କୋଟି ଟଙ୍କାର ସହାୟତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

CM Naveen

ସୂଚନାଯୋଗ୍ୟ ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍‌ରେ ଘର ମରାମତି ସହାୟତା ବିଷୟରେ ନିଷ୍ପତ୍ତି କରାଯାଇଥିଲା। ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ଆଜି ହିତାଧିକାରୀ ମାନଙ୍କୁ ସହାୟତା ଦିଆଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ । ୨୦୧୪ରେ ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍‌କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟବାସୀଙ୍କୁ ଦେଇଥିବା କଥା ଅନୁଯାୟୀ ଆମେ କାମ କରୁଛୁ । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍‌କା ଘର ଯୋଗାଇ ଦେଇଛୁ । ରାଜ୍ୟର ଶେଷ କଚ୍ଚା ଘରକୁ ପକ୍‌କା ନ କରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଘର ସହ ଘର ମରାମତି ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ଘରର ମରାମତି ପାଇଁ ଆଜି ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଗଲା । ସବୁ ଗ୍ରାମୀଣ ପକ୍‌କା ଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ ।

କେନ୍ଦ୍ର ଯୋଜନାରେ ଘର ମିଳୁ ନଥିବା ଲୋକଙ୍କୁ ଘର ମରାମତି ପାଇଁ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆମେ ସଂଗ୍ରହ କରୁଛୁ ଏବଂ ଖୁବଶୀଘ୍ର ସେମାନଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି। ମୋ ରାଜ୍ୟର ଲୋକମାନଙ୍କୁ ମୁଁ କେବେ ବି ଅବହେଳାର ଶିକାର ହେବାକୁ ଦେବିନାହିଁ । ଘର ନ ଥିବା ଗରିବ ଲୋକଙ୍କୁ ଯଦି କେନ୍ଦ୍ର ସରକାର ସାହାଯ୍ୟ ନ କରେ, ତେବେ ଆପଣଙ୍କ ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛି ବୋଲି ସେ ଲୋକମାନଙ୍କୁ ଭରସା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଘର ଆମର ପରିଚୟ, ଆମର ସ୍ବାଭିମାନ । ତେଣୁ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତଙ୍କ ମୁଣ୍ଡ ଉପରେ ଏକ ସୁନ୍ଦର ଛାତ ଟିଏ ରଖିବା ଆମର ଲକ୍ଷ୍ୟ । ଏଥିପାଇଁ ଆମର ଉଦ୍ୟମ ଜାରି ରହିବ ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨ ଲକ୍ଷ ୨୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା (ଗ୍ରାମୀଣ)ରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାର ମାନେ ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି, ତାର ମରାମତି ପାଇଁ ବିଜୁ ପକ୍କା ଘର ଯୋଜନାରୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ account detail collection ଚାଲିଛି ଵୋଲି ଜଣାଯାଇଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି, ଯେ ଗାଁର ଗରିବ ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ନିର୍ଦ୍ଦେଶ ଦେଇଆସିଛନ୍ତି। ଆଜି ଘର ମରାମତି ପାଇଁ ମଧ୍ୟ ସହାୟତା ଦିଆଗଲା । ଏହା ମୁଖ୍ୟମନ୍ତ୍ରୀଙ୍କ ଦରଦୀ ହୃଦୟର ପରିଚୟ ଦିଏ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+