Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମିଶନ ଶକ୍ତି ପାଇଁ ଋଣ ପରିମାଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମିଶନ ଶକ୍ତି ପାଇଁ ଋଣ ପରିମାଣ ୩ ଲକ୍ଷରୁ ୫ ଲକ୍ଷକୁ ବଢିଲା । ଏନେଇ ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ୍‌ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମିଶନ ଶକ୍ତି ପାଇଁ ଋଣ ପରିମାଣ ୩ ଲକ୍ଷରୁ ୫ ଲକ୍ଷକୁ ବଢିଲା । ଏନେଇ ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ୍‌ ସୂଚନା ଦେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିନା ସୁଧରେ ଋଣ ପରିମାଣକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ଆର୍ଥିକ ଅନ୍ତର୍ଭୂକ୍ତି ଏବଂ ମହିଳାଙ୍କ ବିକାଶ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

 Mission Shakti

ଉଲ୍ଲେଖଥାଉ କି, 2019 ରେ, ରାଜ୍ୟ ସରକାର ମିଶନ ଶକ୍ତି ଯୋଜନା ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିନା ସୁଧରେ ଋଣ ଦେବା ନେଇ ଘୋଷଣା କରିଥିଲେ। ନୂଆ SHG ଗ୍ରୁପ ପାଇଁ 15000 ଟଙ୍କାର ପ୍ରାଥମିକ ଋଣ , ଡିଜିଟାଲ୍ ସଶକ୍ତିକରଣ ପାଇଁ ସ୍ମାର୍ଟଫୋନ୍ କିଣିବା ପାଇଁ 3000 ଟଙ୍କା ଏବଂ 338 ଟି ବ୍ଲକ୍ ଫେଡେରେସନ୍ ପାଇଁ 25 ଲକ୍ଷ ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୁରୀରେ ଏକ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପଟ୍ଟନାୟକ ଏହା ଘୋଷଣା କରିଥିଲେ।

ମିଶନ୍ ଶକ୍ତି 2001 ରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ପାଇଁ ସ୍ୱଳ୍ପ ସୁଧରେ ବ୍ୟାଙ୍କ ଋଣ ପ୍ରଦାନ ଲକ୍ଷ୍ୟରେ ଏକ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+