ସମସ୍ତ ଜରୁରୀ ସେବା ପାଇଁ ଏଣିକି ଗୋଟିଏ ନମ୍ବର: ବିପଦର ବନ୍ଧୁ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜରୁରୀକାଳୀନ ସେବା ସିଷ୍ଟମ ଡାଏଲ 112 ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜରୁରୀକାଳୀନ ସେବା ସିଷ୍ଟମ ଡାଏଲ 112 ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନଠାରୁ ଲୋକମାନେ ପୋଲିସ୍, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ଏବଂ ଅନ୍ୟ କୌଣସି ଜରୁରୀକାଳୀନ ସେବା ପାଇଁ କେବଳ 112 ନମ୍ବର ଡାଏଲ୍ କରିବେ।

ପୂର୍ବରୁ ପୋଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଡାଏଲ କରିବାକୁ ପଡୁଥିଲା । ମାତ୍ର ଏବେ ୧୧୨ ଡାଏଲ୍ କଲେ ସମସ୍ତ ବିଭାଗକୁ ମେସେଜ୍ ଚାଲିଯିବ । ଏହାକୁ ଆଧୁନିକ କଣ୍ଟ୍ରୋଲ ରୁମ୍ ଭାବରେ ବ୍ୟବହାର କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟି ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହ ସବୁ ଜିଲ୍ଲା ମୁଖ୍ୟାଳୟରେ ଏହି ସେବା କାର୍ଯ୍ୟ କରିବ ।

ତେବେ ଏଥି ପାଇଁ ରାଜ୍ୟ ସରକାର 157.12 କୋଟି ଟଙ୍କା ଅନୁଦାନ କରିବା ସହ ଏହି ସିଷ୍ଟମ ପାଇଁ ବର୍ତ୍ତମାନ 2500 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସବୁ କଲ୍ ରେକର୍ଡ ପୋଲିସ ପାଖରେ ରହିବ । ତେବେ ପୂର୍ବରୁ ପ୍ରଚଳିତ ସମସ୍ତ ଜରୁରୀ ନମ୍ବର ଯଥା ୧୦୦,୧୦୧,୧୦୨,୧୦୮ ଏବଂ ୧୧୨ କାର୍ଯ୍ୟକ୍ଷମ ରହିବ । ଧିରେ ଧିରେ ଲୋକମାନେ ସଚେତନ ହେବା ପରେ ସେଗୁଡ଼ିକ ପର୍ଯ୍ୟାୟ କ୍ରମେ ବନ୍ଦ ହେବ ।












Click it and Unblock the Notifications