୨୨ଟି ବୃହତ ଶିଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬୭୭ ନିଯୁକ୍ତି ସୁଯୋଗ ସୃଷ୍ଟି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ ୨ଟି ପ୍ରକଳ୍ପ ଉଦଘାଟିତ ହୋଇଛି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ ୨ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ଧାତବ ଓ ଡାଉନ ଷ୍ଟି୍ରମ, ପର୍ଯ୍ୟଟନ, ବୟନ ଶିଳ୍ପ, ସିମେଂଟ, ପ୍ଲାଷ୍ଟିକ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏହି ନିବେଶ ହେବ । ଏହି ୨୨ଟି ପ୍ରକଳ୍ପରେ ୧୩୧୧୧ କୋଟି ୫୩ ଲକ୍ଷ ଟଙ୍କାର ନିବେଶ ହେବାର ଥିବାବେଳେ ୧୦୬୭୭ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଏହି ଅବସରରେ ଓଡ଼ିଶା ଉତ୍ପାଦନ ଶିଳ୍ପର ହବ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଓ 5T ଅଧୀନରେ ଶିଳ୍ପାୟନ ପ୍ରକ୍ରିୟାକୁ ସୁଗମ କରାଯିବ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ଗୋ ପ୍ଲସ ମୋବାଇଲ ସେବା ।
ସେହିଭଳି MSME କ୍ଷେତ୍ର ପାଇଁ ସୃଷ୍ଟି ହୋଇଛି ଲ୍ୟାଣ୍ଡ ବ୍ୟାଙ୍କ ସୁବିଧା । ଏବେ ସୁଦ୍ଧା ୧ଲକ୍ଷ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ହୋଇଛି । ଶିଳ୍ପାୟନ ପାଇଁ ଚୌଦ୍ୱାରରେ ଆଜି ଉଦଘାଟିତ ହୋଇଛି ଲଜିଷ୍ଟିକ୍ ପାର୍କ । ଲାଇଫଲାଇନ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ପଞ୍ଚ ତାରକା ହୋଟେଲ ।
୫ଟି କାର୍ଯ୍ୟକ୍ରମର ପ୍ରଭାବ ସମ୍ପର୍କରେ ସୂଚିତ କରି ନବୀନ କହିଲେଯେ, ମୋ ସରକାର ଓ ୫ଟି କାର୍ଯ୍ୟକ୍ରମର ପ୍ରଭାବ ଯୋଗୁଁ ନିବେଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି । ଏହି ଅବସରରେ ରାଜ୍ୟର ନାଗରିକମାନଙ୍କ ସହ ବାଣିଜି୍ୟକ କ୍ଷେତ୍ରଗୁଡ଼ିକୁ ସରଳ ଓ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସେବା ଯୋଗାଇବାକୁ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।












Click it and Unblock the Notifications