ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି: ଚାଷୀଙ୍କ ଖାତାକୁ ଗଲା 743 କୋଟି ଟଙ୍କା
ଭୁବନେଶ୍ବର: ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସରକାର ସବୁବେଳେ ଚାଷୀମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଚଳିତ ବର୍ଷ କମ୍ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍ ବର୍ଷା ହୋଇଛି । ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଖାଇ ହେଉଛି ମାଟି ମା ର ପର୍ବ । ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
ନୟାଗଡ଼ରୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୂ ସରକାର ଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ରେ ସେମାନଙ୍କ ମତ ରଖି ସମ୍ଵଲପୁର ର ମକରଧ୍ବଜ ମେଣ୍ଡଳି ବରଗଡର ଲାସିମା ବିଶ୍ବାଳ, ରାଧାକାନ୍ତ ବଲାଙ୍ଗୀରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ଫ୍ରଶସା କରିଥିଲେ ଏବଂ ଏହି ଯୋଜନା ରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବା କୁ ପଡୁନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷି ସଚିବ ଏସ୍ କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications