Get Updates
Get notified of breaking news, exclusive insights, and must-see stories!

ସାମ୍ବାଦିକଙ୍କୁ କରୋନା ଲଢେଇରେ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ (ସମ୍ମୁଖ ଯୋଦ୍ଧା) ଭାବେ ଘୋଷଣା କରିଛନ୍ତି । କରୋନା ଲଢେଇରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ (ସମ୍ମୁଖ ଯୋଦ୍ଧା) ଭାବେ ଘୋଷଣା କରିଛନ୍ତି । କରୋନା ଲଢେଇରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

CM Naveen

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ନ୍ୟୁଜ୍ ଫିଡ୍ ଯୋଗାଇ ରାଜ୍ୟକୁ ଏକ ମହତ୍ ସେବା ଯୋଗାଇ ଦେଉଛନ୍ତି । ଏହି ଚେଷ୍ଟା ସମୟରେ କୋଭିଡ ସହ ଜଡିତ ବିଷୟଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ଏବଂ ସେମାନେ ଆମର କୋଭିଡ୍ ବିପକ୍ଷ ଯୁଦ୍ଧରେ ଏକ ବଡ଼ ସମର୍ଥନ ଅଟନ୍ତି।

ତେବେ ଏହି ନିଷ୍ପତ୍ତିରେ ରାଜ୍ୟର 6944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ସୂଚନାଥାଉ କି, ଗୋପାବନ୍ଧୁ ସାମ୍ବାଦିକା ସ୍ବାସ୍ଥ୍ୟ ବିମା ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 6944 କାର୍ଯ୍ୟରତ ସାମ୍ବାଦିକଙ୍କ ତାଲିକା ରହିଛି । ସେମାନେ ପ୍ରତ୍ୟେକଙ୍କୁ 2 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭର ପାଇଛନ୍ତି। ଏହା ବ୍ୟତୀତ ଡ୍ୟୁଟି କରୁଥିବା ସମୟରେ କୋଭିଡ ମୃତ୍ୟୁ ଘଟୁଥିବା ସାମ୍ବାଦିକଙ୍କ ପରିବାର ବର୍ଗଙ୍କ ପାଇଁ 15 ଲକ୍ଷ ଟଙ୍କା ମୂଲ୍ୟ ସହାୟତା ରାଶି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+