For Quick Alerts
Turn On Notification  
For Daily Alerts
Oneindia App Download

ସାମ୍ବାଦିକଙ୍କୁ କରୋନା ଲଢେଇରେ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ (ସମ୍ମୁଖ ଯୋଦ୍ଧା) ଭାବେ ଘୋଷଣା କରିଛନ୍ତି । କରୋନା ଲଢେଇରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବ

|

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ (ସମ୍ମୁଖ ଯୋଦ୍ଧା) ଭାବେ ଘୋଷଣା କରିଛନ୍ତି । କରୋନା ଲଢେଇରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

CM Naveen

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ନ୍ୟୁଜ୍ ଫିଡ୍ ଯୋଗାଇ ରାଜ୍ୟକୁ ଏକ ମହତ୍ ସେବା ଯୋଗାଇ ଦେଉଛନ୍ତି । ଏହି ଚେଷ୍ଟା ସମୟରେ କୋଭିଡ ସହ ଜଡିତ ବିଷୟଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ଏବଂ ସେମାନେ ଆମର କୋଭିଡ୍ ବିପକ୍ଷ ଯୁଦ୍ଧରେ ଏକ ବଡ଼ ସମର୍ଥନ ଅଟନ୍ତି।

ତେବେ ଏହି ନିଷ୍ପତ୍ତିରେ ରାଜ୍ୟର 6944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ସୂଚନାଥାଉ କି, ଗୋପାବନ୍ଧୁ ସାମ୍ବାଦିକା ସ୍ବାସ୍ଥ୍ୟ ବିମା ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 6944 କାର୍ଯ୍ୟରତ ସାମ୍ବାଦିକଙ୍କ ତାଲିକା ରହିଛି । ସେମାନେ ପ୍ରତ୍ୟେକଙ୍କୁ 2 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭର ପାଇଛନ୍ତି। ଏହା ବ୍ୟତୀତ ଡ୍ୟୁଟି କରୁଥିବା ସମୟରେ କୋଭିଡ ମୃତ୍ୟୁ ଘଟୁଥିବା ସାମ୍ବାଦିକଙ୍କ ପରିବାର ବର୍ଗଙ୍କ ପାଇଁ 15 ଲକ୍ଷ ଟଙ୍କା ମୂଲ୍ୟ ସହାୟତା ରାଶି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Announces State Journalists as Frontline Covid Warriors
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X