MSME ପାଇଁ ୨୮୯ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇର ସୁବିଧା ପାଇଁ 289.42 କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇର ସୁବିଧା ପାଇଁ 289.42 କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପକୁ ଅନ୍ତର୍ଭୂକ୍ତ କରାଯାଇଛି । ଯେପରିକି ସୁଧରେ ରିହାତି, ଟପ୍ଅପ୍ ସବସିଡି, ରାଜ୍ୟ ଜିଏଷ୍ଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଭଳି ଅନେକ ଦେୟ ଛାଡ ରହିଛି ।

ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪୦% MSME ପାଇଁ ୧୦୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ, ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ ଅନ୍ତର୍ଗତ ଏମ୍ଏସ୍ଏମ୍ଇଗୁଡିକ ପାଇଁ ସରକାର ଏହି ସୁବିଧା ଆଣିଛନ୍ତି ।
2020-21 ଆର୍ଥିକ ବର୍ଷ ପାଇଁ PMEGP ଅଧୀନରେ ଥିବା ଦୁର୍ବଳ ବିଭାଗଗୁଡିକ ପାଇଁ ଟପ୍-ଅପ୍ ସବସିଡି ରିହାତି 5 ପ୍ରତିଶତ ରହିବ । ଆବଶ୍ୟକତା ପୂରଣ ପାଇଁ 27 କୋଟି ଟଙ୍କା ପ୍ରଦାନ କରାଯାଇଛି। ମହାମାରୀ ସଙ୍କଟକୁ ସାମ୍ନା କରିବାରେ ଏହା ଦୁର୍ବଳ ବିଭାଗ (ଏସସି / ଏସଟି / ଓବିସି / ସଂଖ୍ୟାଲଘୁ ସମ୍ପ୍ରଦାୟ / ମହିଳା ) ମାନଙ୍କୁ ଏକ ବଡ ଉପାୟରେ ସାହାଯ୍ୟ କରିବ ।












Click it and Unblock the Notifications