ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଗସ୍ତ: ବିଭିନ୍ନ ପ୍ରକଳ୍ପର ସମୀକ୍ଷା
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ମହାପାତ୍ର ଜିଲ୍ଲାର ସରତୋଗା ଅଞ୍ଚଳରେ ଥିବା ଏକ ବୃଦ୍ଧ ଆଶ୍ରମ ଯାଇ ସେଠାର ସ୍ଥିତି ସମୀକ୍ଷା କରିଥିଲେ। ଏହା ପରେ ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଜିଲ୍ଲାରେ ପର୍ଯ୍ୟଟନ ଏବଂ ଉଦ୍ୟାନ କୃଷିର କିପରି ଅଧିକ ଅଭିବୃଦ୍ଧି ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା। ଜିଲ୍ଲାରେ ଜୀବନ ଜୀବିକା, ପର୍ଯ୍ୟଟନ ଏବଂ ଅନ୍ଯାନ୍ଯ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଦରିଙ୍ଗିବାଡି ଠାରେ ଏକ ୫ ବର୍ଷୀୟ ଇକୋ ରିଟ୍ରିଟ ହବ ନିର୍ମାଣ କରାଯାଇ ପର୍ଯ୍ୟଟନ ବିକାଶ କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।












Click it and Unblock the Notifications