ଯାଜପୁର ଘରୋଇ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଯାଜପୁର ସ୍ଥିତ ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବେ ସରକାରୀ କୋଭିଡ୍ ହସ୍ପିଟାଲ ଭାବରେ କାମ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁମତି ପ୍ରଦାନ କରିଛନ୍ତି ।
ଭୁବନେଶ୍ୱର: ଏଣିକି ଯାଜପୁରରେ କୋଭିଡ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ଭୁବନେଶ୍ବର ଜୀବାକୁ ପଡିବ ନାହିଁ । କାରଣ ଯାଜପୁର ସ୍ଥିତ ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବେ ସରକାରୀ କୋଭିଡ୍ ହସ୍ପିଟାଲ ଭାବରେ କାମ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ୍ ଚିକିତ୍ସା ସୁବିଧା ପାଇ ପାରିବେ । ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ହସ୍ପିଟାଲରେ ୧୫୦ଟି ଅକ୍ସିଜେନ ବେଡ୍ ସହ ୫୦ଟି ICU ବେଡ୍ ରହିବ ।
ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୦ ହଜାର ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୭୭୯ଟି ମାମଲା ଆସିଥିବା ବେଳେ ୪ ହଜାର ୫୪୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।












Click it and Unblock the Notifications