ହିଞ୍ଜିଳିକାଟୁରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ ହିଞ୍ଜିଳିକାଟୁରେ ଆସନ୍ତାକାଲି (ଗୁରୁବାର) ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗଞ୍ଜାମ: ସ୍ଥାନୀୟ ହିଞ୍ଜିଳିକାଟୁରେ ଆସନ୍ତାକାଲି (ଗୁରୁବାର) ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ସ୍ଥାନୀୟ ବିଧାୟକ ଉପସ୍ଥିତିରେ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରକଳ୍ପର ଉଦଘାଟନ ହେବା ନେଇ ସୂଚନା ରହିଛି ।

୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଇଥିବା ହିଞ୍ଜିଳିକାଟୁର ନୂଆ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସ, ୧୩ କୋଟି ବ୍ୟୟରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications