Get Updates
Get notified of breaking news, exclusive insights, and must-see stories!

ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମ, ସୁନ୍ଦରଗଡକୁ ୫ ହଜାର କୋଟି ଭେଟି ଦେଲେ ନବୀନ

ଦେଶର ସର୍ବବୃତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୯ଶହ ୧୫କୋଟିର ପ୍ୟାକେଜ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଦେଶର ସର୍ବବୃତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୯ଶହ ୧୫କୋଟିର ପ୍ୟାକେଜ ପ୍ରଦାନ କରିଛନ୍ତି । ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏହି ନୂତନ ଷ୍ଟାଡିୟମକୁ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ବପ୍ନ ଦେଖିବା ଓ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Naveen Patnaik

ସେହିପରି ଜିଲ୍ଲାର ୧୭ ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବା ନେଇ ନିଷ୍ପତି ହୋଇଛି । ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୬୧୧ କୋଟି, ଜଳସେଚନ ପାଇଁ ୩୨୦ କୋଟି, ସ୍ବାସ୍ଥ୍ୟସେବା ପାଇଁ ୧୧୧ କୋଟି, ରାସ୍ତାଘାଟର ବିକାଶ ପାଇଁ 1060 କୋଟି, ଶିକ୍ଷା ପାଇଁ 366 କୋଟି, ପରିମଳ ପାଇଁ 250 କୋଟି, ଜୀବିକା ବିକାଶ ପାଇଁ 216 କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ 471 କୋଟି, ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ 38 କୋଟି, ଭିତ୍ତିଭୂମି ଉନ୍ନୟନ ପାଇଁ 67 କୋଟି, ମହିଳା ଓ ଶିଶୁ ବିକାଶ ପାଇଁ 135 କୋଟି, ପରିବେଶ ସୁରକ୍ଷା ପାଇଁ 12 କୋଟି, ଦକ୍ଷତା ବିକାଶ ପାଇଁ 15 କୋଟି ଓ କ୍ରୀଡ଼ା ପାଇଁ 120 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ବେଦବ୍ୟାସ ପୀଠର ଉନ୍ନତିକରଣ ପାଇଁ 18 କୋଟି, ପାନପୋଷ ବଜାରର ଉନ୍ନତି କରଣ କାର୍ଯ୍ୟ ପାଇଁ ୪୮ କୋଟି, ରାଉରକେଲା ସହରରେ ମୁଖ୍ୟ ଡ୍ରେନ ପୁନରୁଦ୍ଧାର ପାଇଁ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ରୋଡ ଉନ୍ନତି କରଣ ପାଇଁ 116 କୋଟି, ପର୍ଯ୍ୟଟନର ବିକାଶ ଓ ଚିତ୍ତ ବିନୋଦନ ପାଇଁ 105 କୋଟି, 10ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ୩୭ଟି ବିଦ୍ୟାଳୟର ଉନ୍ନତି କରଣ, ୩୨ଟି ଉଠା ଜଳସେଚନ ପ୍ରକଳ୍ପ, 23ଟି ହଜାର ମେଟ୍ରିକ୍ ଟନ୍ ଗୋଦାମ ଗୃହ, 13ଟି ମେଟ୍ରିକ୍ ଟନ୍ ଗୋଦାମ ଗୃହ, 7ଟି ଭଣ୍ଡାର ସହିତ ଗୋଦାମ, ୩୨୩ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+