କୋଟିଆ ପାଇଁ 18 କୋଟି: ମୁଖ୍ୟମନ୍ତ୍ରୀ କହିଲେ, ମୁଁ ଖୁବଶୀଘ୍ର କୋଟିଆ ଯିବି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ହାଇ ଲେବୁଲ (High Level) ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଖୁବ୍ଶୀଘ୍ର କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେି । କୁଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
ଉଲ୍ଲେଖଥାଉ କି, ଚରମ ସୀମାରେ ଏବେ ପହଞ୍ଚିଛି ଆନ୍ଧ୍ର-ଓଡିଶା ସୀମା ବିବାଦ । କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡିଶା ସୀମାରେ ଥିବା କୋଟିଆ ଗ୍ରାମ ପଞ୍ଚାୟତର କିଛି ଗ୍ରାମକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଗୋଟି ଚଳାଇ ସାରିଛନ୍ତି । ଆନ୍ଧ୍ର ସରକାର ବିଭିନ୍ନ ଯୋଜନାକୁ ସେଠାରେ ଲାଗୁ କରିବା ପରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା ବାନ୍ଧିଛନ୍ତି ।












Click it and Unblock the Notifications