ନୂଆପଡ଼ା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତିଖାଲି ଡ୍ୟାମ ସାଇଡ଼ରେ ପହଞ୍ଚି ଡ୍ୟାକମୁ ଲୋକାର୍ପଣ କରିଛନ୍ତି।

ନୂଆପଡ଼ା: କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରୁ ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତିଖାଲି ଡ୍ୟାମ ସାଇଡ଼ରେ ପହଞ୍ଚି ଡ୍ୟାକମୁ ଲୋକାର୍ପଣ କରିଛନ୍ତି।

Naveen Patnaik

ଡ୍ୟାମ ସୁଇଚ ଦବାଇ ମୁଖ୍ୟମନ୍ତ୍ରୀ ତିଖାଲି ଡ୍ୟାମ୍‌ ଲୋକାର୍ପଣ କରିଥିଲେ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା।

Naveen Patnaik

ଏଥି ସହିତ ନୂଆପଡ଼ା ଓ ବଲାଙ୍ଗୀର ପାଇଁ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ୭୫୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+