Get Updates
Get notified of breaking news, exclusive insights, and must-see stories!

ନୂଆ ବର୍ଷରେ ନୂଆ ଭେଟି, ୧୪ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଲଗାତାର ଭାବରେ ବଢୁଥିବା ସାଇବର ଅପରାଧ ଓ ଦୁର୍ନୀତି ରୋକିବା ପାଇଁ ସରକାର ୧୪ଟି ସାଇବର, ଅର୍ଥନୈତିକ ଅପରାଧ ସହିତ ୩ଟି ଉନ୍ନୀତ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ଏ ଥର ନୂଆବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ବିଭାଗ ପାଇଁ ତିନି ତିନିଟି ଭେଟି ଦେଇଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ସର୍ବାଗ୍ରେ ରହିଥାଏ ରାଜ୍ୟ ପୋଲିସ ବିଭାଗ । ସେହି ଅନୁସାରେ ରାଜ୍ୟରେ ଲଗାତାର ଭାବରେ ବଢୁଥିବା ସାଇବର ଅପରାଧ ଓ ଦୁର୍ନୀତି ରୋକିବା ପାଇଁ ସରକାର ୧୪ଟି ସାଇବର, ଅର୍ଥନୈତିକ ଅପରାଧ ସହିତ ୩ଟି ଉନ୍ନୀତ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

cyber police station

ଭୁବନେଶ୍ୱର ଇମ୍ଫୋଭ୍ୟାଲି ଓ ପାହାଳରେ ନୂଆ ଥାନା ଖୋଲିଥିବା ବେଳେ କଟକ ଇଉପିଡ଼ିରେ ସଦର ଥାନା ଅଧୀନରେ ଏକ ନୂଆ ଥାନାର ଉଦଘାଟନ ହୋଇଛି ଇ ଭିସିରେ ଡିଜିପି ଅଭୟ ମଧ୍ୟ ସାମିଲ ହୋଇଥିଲେ । ଏହା ଦ୍ଵାରା ଉତ୍ତମ ପୋଲିସ ସେବା ସହ ସାଇବର ଅପରାଧ ଉପରେ ଲଗାମ ଲାଗିପାରିବ ।

ଭିଡିଓ କନଫରେନ୍ସିଂ ଜରିଆରେ ଏହି ସବୁ ନୂଆ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ରାଜ୍ୟରେ ସାଇବର ଅପରାଧ ତଥା ଅର୍ଥନୈତିକ ଅପରାଧର ଯାଞ୍ଚ କରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଆଉ ଚିନ୍ତାଜନକ ବିଷୟ ହେଉଛି, ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଇ ଚ୍ୟାଲେଞ୍ଜ ଦେଉଛନ୍ତି । ଆର୍ଥିକ ଅପରାଧ ଏବେ ବ୍ଲୁ କଲାର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+