ସମ୍ବଲପୁରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୧୫୫୩ କୋଟି ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ

ଆଜି ସମ୍ବଲପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଜିଲ୍ଲାର ୯ଟି ବ୍ଲକ ସହିତ ମହାନଗର ନିଗମ ଅଞ୍ଚଳର ମୋଟ ୨ଲକ୍ଷ ୨୮ହଜାର ୨୧୩ ଜଣ ବିଏସକେଓ୍ୱାଇ କାର୍ଡ ପାଇବେ। ଏଥି ସହିତ ୧୫୫୩ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ସେଥିମଧ୍ୟରୁ ୩୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen Patnaik

ତେବେ ନିଜ ଉଦବୋଧନରେ ମାଆ ସମଲେଶ୍ୱରୀଙ୍କ ପୀଠକୁ ଆସି ଆଜି ବହୁତ ଖୁସି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଇତିହାସ, ଅର୍ଥନୀତି, ରାଜନୀତି ଶିକ୍ଷା, ସଂସ୍କୃତିରେ ସମ୍ବଲପୁରର ବିଶେଷ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବଲପୁରୀ ଭାଷା ପରି ସମ୍ବଲପୁରର ଗୀତ ଏବଂ ଶାଡ଼ି ସାରା ବିଶ୍ୱରେ ବେଶ ଆଦର ସାଉଣ୍ଟିଛି। ବିଶ୍ୱ ଦରବାରରେ ଆଜି ଶାଢ଼ି ପାଇଁ ସମ୍ବଲପୁର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେପଟେ ମାଆ ସମଲେଶ୍ୱରୀଙ୍କ ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାରର୍ଯ୍ୟକୁ ସରକାର ନିଜ ହାତକୁ ନେଇଛନ୍ତି। ଯାହାଦ୍ୱାରା ଏଠାରୁ ଆସୁଥିବା ପର୍ଯ୍ୟଟକ ବେଶ ସୁବିଧା ପାଇପାରିବେ।

ସୂଚନାଥାଉ କି, ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ପଡ଼ିବାନାହିଁ। କେବଳ କାର୍ଡ ନେଲେ ହୋଇପାରିବ ଚିକିତ୍ସା।

ସେହିପରି ଆଜି ସମ୍ବଲପୁରରେ ୧୫୫୩ କୋଟିର ପ୍ରକଳ୍ପର ଶିଳାନ୍ୟାସ ହେବା ସହ ସେଥିମଧ୍ୟରୁ ୩୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କୁ ସୁସ୍ଥ ପାଣି ଯୋଗାଇବା ପାଇଁ ସରକାର ଅଧିକ ଉଦ୍ୟମ କରୁଛନ୍ତି। ସେଥିପାଇଁ ସମ୍ବଲପୁର ଜିଲ୍ଲାରୁ ଏକ ହଜାର କୋଟି ଟଙ୍କା ପାଣି ପାଇଁ ପ୍ରକଳ୍ପ ଯୋଗାଇ ଦିଆଯାଇଛି। ୨୦୨୨ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଉଦ୍ଦବୋଧନରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+